ପାରିବାରିକ କଳହକୁ କେନ୍ଦ୍ରକରି ଯୁବକଙ୍କ ଆତ୍ମହତ୍ୟା

ଭଞ୍ଜନଗର,(ଯୁଗାବ୍ଦ ନୁ୍ୟଜ୍) : ଭଞ୍ଜନଗର ଥାନା ଅନ୍ତର୍ଗତ ବେଲଗୁଣ୍ଠା ଆଳିଆ ସାହିରେ ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ଯୁବକ ବିଷପାନ କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜଣ୍କ ପରିଚୟ ଭିକାରୀ ଦଳେଇଙ୍କ ପୁୁଅ ରାଜେଶ୍ୱର ଦଳେଇ (୨୭) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କୈାଣସି କାରଣକୁ କେନ୍ଦ୍ରକରି ପରିବାର ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଏଥିରେ କୋହଭରା ହୋଇ ଯୁବକ ଜଣକ ବିଷପାନ କରିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ପରିବାର ଲୋକେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ଚିକିସ୍ରାଧିନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅପମୃତ ମାମଲା ରୁଜୁ କରି ତଦନ୍ତ ଜାରୀ ରଖି୍ଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ