ପାରିବାରିକ କଳହକୁ ନେଇ ଆକ୍ରମଣ , ଶାଶୁ ଗୁରୁତର

ହାଟଡିହି, (ବିକାଶ ବିଶ୍ୱାଳ):ପାରିବାରିକ କଳହକୁ ନେ଼ଇ ବୋହୂ ଭାଇର ଆକ୍ରମଣରେ ଶାଶୁ ଗୁରୁତର ହୋଇଛନ୍ତି l ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଜମ୍ଭିରା ଗ୍ରାମରେ l ଗ୍ରାମର ବ୍ରହ୍ମାନନ୍ଦ ଆଇଚଙ୍କ ପୁଅ କିଛି ବର୍ଷ ତଳେ କୁପାରୀ ଅଞ୍ଚଳର ମଳିହା ଗ୍ରାମର ମାନସୀ ସାମଲଙ୍କୁ ବିବାହ କରିଥିଲେ l ସାବିତ୍ରୀଙ୍କ ପତି ବାହାରେ ରହୁଥିବା ବେଳେ ଶାଶୁ ସାବିତ୍ରୀ ଓ ଶଶୁର ବ୍ରହ୍ମାନନ୍ଦଙ୍କ ସହିତ ବୋହୂ ମାନସୀଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ହୁଏ। ଏନେଇ ମାନସୀ ନିଜ ବାପ ଘର ଳୋକଙ୍କୁ ଗାଳି କହିଆସୁଥିଲେ l ଗତ କାଲି ଶାଶୁ ଶ୍ବଶୁର ମାନସୀ ସହିତ ପାଟିତୁଣ୍ଡ କରିବା ସହିତ ମାଡ଼ ମାରିବାରୁ ମାନସୀ ତାଙ୍କ ଘର ଲୋକଙ୍କୁ ଫୋନ କରି ଜଣାଇବା ପରେ ମାନସୀର ଭାଇ ଓ ଭାଉଜ ବୁଝାସୁଝା କରିବାକୁ ଆସିଥିଲେ l ସେମାନେ ପହଞ୍ଚି ଭଉଣୀର ଶାଶୁ ଓ ଶଶୁରଙ୍କୁ ଏ ବାବଦରେ ପଚାରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥଲା। ସେମାନେ ଭଉଣୀର ଶାଶୁ ସାବିତ୍ରୀ ଓ ଶଶୁର ବ୍ରହ୍ମାନନ୍ଦଙ୍କୁ ନିର୍ଘାତ ପିଟା ପିଟିଥିଲେ। ସେମାନଙ୍କ ପାଟି ଶୁଣି ଗାଁ ଓ ସାହି ପଡିଶା ଲୋକେ ଦୌଡି ଆସି ମାନସୀର ଭାଇ ଭାଉଜଙ୍କୁ ମାଡ଼ ଦେବା ସହ ଅଟକ ରଖିଥିଲେ। ଖବରପାଇ ସୋସୋ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହ ଭାଇ ଭାଉଜଙ୍କୁ ଉଦ୍ଧାର କରିଥିଲେ। ଏଥିରେ ବ୍ରହ୍ମାନନ୍ଦଙ୍କ ପତ୍ନୀ ଗୁରୁତର ହୋଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୁଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ