ପାରିବାରିକ କଳହକୁ ନେଇ ଆତ୍ମହତ୍ୟା
ହାଟଡ଼ିହି, (ବିକାଶ ବିଶ୍ୱାଳ):ପାରିବାରିକ କଳହକୁ କେନ୍ଦ୍ରକରି ପନ୍ଦାଡୋ ଗ୍ରାମରେ ଜଣେ ବ୍ୟକ୍ତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଖବରରୁ ଜଣାଯାଇଛିଯେ ପନ୍ଦାଡୋ ଖଇରିମରା ସାହିର ନିରାକାର ନାୟକ ନାମକ ଜଣେ ବ୍ୟକ୍ତି ଗତକାଲି ପାରିବାରିକ କଳହକୁ ନେଇ ନିଜ ଘର ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଖବରପାଇ ଆଜି ସକାଳି ନନ୍ଦିପଦା ପୁଲିସ ପହଞ୍ଚି ଶବକୁ ଜବଦ କରିବା ସହିତ ପୋଷ୍ଟମଟମ ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛି ।


