ପାରିବାରିକ କଳହରୁ ନବବଧୂର ମୃତ୍ୟୁ ଅଭିଯୋଗ ଆଣିଲେ ବାପଘର ଲୋକେ

ହାଟଡ଼ିହି, (ବିକାଶ କୁମାର ବିଶ୍ୱାଳ):ହାଟଡ଼ିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ଚଣ୍ଡୀ ବିରଞ୍ଚିପୁର ଗ୍ରାମରେ ବଧୂହତ୍ୟା ହୋଇଥିବା ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାଇ ଚଣ୍ଡୀବିରଞ୍ଚିପୁର ଗ୍ରାମର ସ୍ବର୍ଗତ ବାବାଜୀ ସାହୁଙ୍କ ପୁଅ ପ୍ରଭାତ ସାହୁ ଗତ ଜାନୁଆରୀ ମାସରେ ଘଷିପୁରା ଥାନା ଘଷିପୁରା ଗ୍ରାମର ପ୍ରହଲ୍ଲାଦ ସାହୁଙ୍କ ଝିଅ ଅନୀମା ସାହୁଙ୍କ ସହ ବୈଦିକ ରୀତିରେ ବାହାଘର ହୋଇଥିଲା। ମାତ୍ର ବାହାଘର ପରଠାରୁ ଶାଶୁ, ଓ ସ୍ଵାମୀ ପ୍ରତିମା ଉପରେ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିଲେ। ଗତ ୩୧ ତାରିଖ ଦିନ ସେମାନେ ତାକୁ ବିଷ ପିଆଇ ହାଟଡ଼ିହି ଡାକ୍ତରଖାନା କୁ ଆଣିଥିବା ବେଳେ ସେଠାରୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସା ଧୀନ ଅବସ୍ଥାରେ ଆଜି ମମତାର ମୃତ୍ୟୁ ଘଟିଥିଲା। ବାପଘର ଲୋକେ ଶବ ପୋଷ୍ଟମଟମ କରି ଶାଶୂଘରକୁ ଧରି ଆସୁଥିବା ବେଳେ ବାଟରୁ ସ୍ୱାମୀ ଫେରାର ହୋଇଥିଲା। ଫଳରେ ବାପଘର ଲୋକମାନେ ଶବକୁ ତାଙ୍କ ଘରକୁ ନେଇଥିବା ବେଳେ କିଛି ଯୁବକ ବିରୋଧ କରିବାରୁ ବାପଘର ଲୋକେ ଶବକୁ ଧରି ନନ୍ଦିପଦା ଥାନା ସମୁଖରେ ରଖି ଅଭିଯୋଗ କରିବା ସହ ହତ୍ୟାକାରୀ ମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ପରେ ପୁଲିସ ବୁଝା ସୁଝା କରିବାପରେ ଯାଇ ଶବକୁ ସତ୍କାର କରିବାକୁ ନେଇଥିଲେ। ପୋଲିସ ତଦନ୍ତ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ