ପାରିବାରିକ କଳହରୁ ବାରିପଦାରେ ଟ୍ରିପଲ ମର୍ଡର

ମୟୂରଭଞ୍ଜ ( ପ୍ରିୟବ୍ରତ ମିଶ୍ର) ପାରିବାରିକ କଳହ କୁ କେନ୍ଦ୍ର କରି ବାରିପଦା ରେ ବିଭତ୍ସ ହତ୍ୟାକାଣ୍ଡ । ହାତୁଡି ରେ
ପିଟି ୨ ପତ୍ନୀଙ୍କୁ ହତ୍ୟା କଲା ସ୍ୱାମୀ । ହତ୍ୟା ପରେ ସନ୍ଦେହ ଘେରରେ ସ୍ୱାମୀର ଆତ୍ମହତ୍ୟା । ଗ୍ରାମ ର ଶାମ ମାରାଣ୍ଡି ନିଜର ୨ ପତ୍ନୀ ଶାଙ୍ଖ ଏବଂ ଫୁଲ ଙ୍କୁ ହତ୍ୟା କରିଦେଇଥିଲା । ପରେ ନିଜେ ମଧ୍ୟ ଘର ବାଡିରେ ଥିବା ଏକ ଗଛରେ ଫାଶି ଲଗାଇ ଆତ୍ମହତ୍ୟା କରିଛି । ଏହି ଘଟଣା ବିଳମ୍ବିତ ରାତି ରେ ହୋଇଥିବାରୁ କେହି ଏ ସମ୍ପର୍କରେ ଜାଣି ପାରି ନଥିଲେ । ତେବେ ସକାଳୁ ଶାମ ର ପଡୋଶୀ ଲୋକେ
ତାର ଝୁଲନ୍ତା ଶବ ଦେଖି ତାଙ୍କ ଭିଣୋଇ ଏବଂ ପୋଲିସ କୁ ଖବର ଦେଇଥିଲେ । ତେବେ ଗତ ପ୍ରାୟ ୨ ମାସ ପୂର୍ବରୁ ଶାମ ଧର୍ମାନ୍ତରଣ କରିଥିଲା । ଯାହାକୁ ନେଇ ନିଜ ପରିବାର ସହିତ ପ୍ରାୟ ବଚସା ଲାଗି ରହିଥିଲା । ଯାହାକି ଏଭଳି ନୃଶଂସ ହତ୍ୟାକାଣ୍ଡର ମୁଖ୍ୟ କାରଣ ହୋଇ ପାରେ ବୋଲି ମଧ୍ୟ ସନ୍ଦେହ କରିଛନ୍ତି ସମ୍ପର୍କୀୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ