ପାରିବାରିକ କଳହରୁ ମରଣାତ୍ମକ ଆକ୍ରମଣ

ଭଞ୍ଜନଗର , (ଯୁଗାବ୍ଦ ନ୍ୟୁଜ) ଗତକାଲି ସନ୍ଧ୍ୟାରେ ଭଞ୍ଜନଗର ବଡ଼ଧୋବା ସାହିରେ ଗୋଟିଏ ପରିବାରରେ ଲାଇଟ ଲଗେଇବା କାରଣକୁ ନେଇ ସୁରେଶ ବେହେରା ନିଜ ଭାଇବୋହୁ ଶାନ୍ତିଲତା ବେହେରା ଓ ଝିଆରୀ ରଶ୍ମିରାଣୀ ବେହେରା ଏବଂ ଜସ୍ମିନ ରାଣୀ ବେହେରା କୁ ଏକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା । ଫଳରେ ସେମାନେ ଗୁରୁତର ଆହତ ହୋଇଛନ୍ତି । ଏସମ୍ପର୍କ ରେ ଜସ୍ମିନ ଆସି ଭଞ୍ଜନଗର ଥାନାରେ ଜଣେଇବାରୁ ପୋଲିସ ଘଟଣାସ୍ଥଳରେ ପହଂଚି ସମସ୍ତଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରିଥିଲା ହେଲେ ଶାନ୍ତି ଓ ରଶ୍ମି ଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଅଭିଯୋଗ କୁ ଭିତ୍ତି କରି ତଦନ୍ତ ଜାରିରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ