ପାରିବାରିକ କଳହରୁ ମହିଳାଙ୍କ ଆତ୍ମହତ୍ୟା

ଯୋଡା (ସମୀର କୁମାର ଦାସ) : ବାମେବରୀ ଅନ୍ତର୍ଗତ ତାଡପାଣି ଗ୍ରାମରେ ମଙ୍ଗଳବାର ପାରିବାରିକ କଳହରୁ ଜଣେ ମହିଳା ଗଛରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଖବରରୁ ଜଣାପଡିଛି ଯେ , ଉକ୍ତ ଗ୍ରାମର ସେନାପତି ମୁଣ୍ଡା ତାଙ୍କ ପନ୍‌ôୀ ମଂଜୁ ମୁଣ୍ଡା(୨୨) ଙ୍କ ସହିତ ସୋମବାର ସନ୍ଧ୍ୟାରେ କୌଣସି କାରଣରୁ କଳହ ହୋଇଥିଲା । ପରେ ବିଳମ୍ବିତ ରାତିରେ ପତ୍ନୀ ମଂଜୁ ମୁଣ୍ଡା ଘରୁ ବାହାରି ନିକଟସ୍ଥ ଏକ ଗଛରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହନଚି ଅପମୃତ୍ୟୁ ମାମମଲା ନଂ ୧୬/୨୦୨୦ ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇଥିବା ପୋଲିସ ସୂଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ