ପାରିବାରିକ କଳହରୁ ସ୍ୱାମୀଙ୍କ ଆତ୍ମହତ୍ୟା
ଯୋଡ଼ା, (ସମୀର କୁମାର ଦାସ): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ବସନ୍ତପୁର ପଂଚାୟତସମୀର କୁମାର ଦାସ ଅନ୍ତର୍ଗତ ଦୁବୁନା ଠାରେ ଶନିବାର ସଂଧ୍ୟାରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇ ସ୍ୱାମୀ ଆତ୍ମହତ୍ୟା କରିଥବା ଜଣାପଡ଼ିଛି ।ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଶନିବାର ସଂଧ୍ୟା ସମୟରେ ଦୁବୁନା ଅଂଚଳରେ ରହୁଥିବା ସ୍ୱାମୀ ବାବୁଲି ମହାକୁଡ଼(୪୪) ଓ ତାଙ୍କ ସ୍ତ୍ରୀ ଏମାନୀ ମହାକୁଡ଼ ମଧ୍ୟରେ କଳହ ହୋଇଥିଲା । ସ୍ୱାମୀ ବାବୁଲି କ୍ରୋଧାନ୍ୱିତ ହୋଇ ତାଙ୍କ ସ୍ତ୍ରୀ ଏମାନୀକୁ ଘରୁ ତନି ଦେଇଥିଲା । ଏମାନୀ ଘରୁ ପଳାଇ ନିକଟସ୍ଥ ପଡ଼ୋଶୀ ଘରେ ଶୋଇଥିଲେ ।ସକାଳେ ଘରକୁ ଆସିବା ପରେ ସ୍ୱାମୀ ଘର ଭିତରେ ଗାମୁଛାରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖି ପୋଲିସକୁ ଜଣାଇଥିଲେ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ପୋଲିସ ସୂଚନା ଦେଉଛି ।