ପାରିବାରିକ କଳହର କରୁଣ ପରିଣତି : ଚାଲିଗଲା ମହିଳାଙ୍କ ଜୀବନ
କେନ୍ଦ୍ରାପଡା: କୁହାଯାଏ ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି । କିନ୍ତୁ ପଥର ପଡିବା ତ ଦୁରର କଥା ପତର ଟିଏ ପଡିଲେ ବି ସହିପାରୁନାହିଁ ଆଜିର ମଣିଷ । ଏଭଳି ଏକ କରୁଣ କାହାଣୀ କେନ୍ଦ୍ରାପଡା ଜିଲ୍ଲାରେ ଘଟିଛି । ସାମାନ୍ୟ ପାରିବାରିକ କଳହକୁ କେନ୍ଦ୍ରକରି କେନ୍ଦ୍ରପଡା ଜିଲ୍ଲା ମହାକାଳପଡା ବ୍ଲକ ମଡମଠ ଗ୍ରାମରେ ଏକ ମହିଳା କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ପରିବାର ଲୋକେ ମହିଳା ଜଣକୁ କେନ୍ଦ୍ରପଡା ମେଡିକାଲରେ ଭତ୍ତକରିଥିଲେ ।ସେଠରେ ତାଙ୍କର ଅବସ୍ଥା ଗୁରୁତର ରହିଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ମଝି ରାସ୍ତାରେ ଚାଲିଗଲା ପ୍ରାଣବାୟୁ । ପାରିବାରିକ କଳହରେ କ୍ଷଣିକ ମୁହୁର୍ତ୍ତରେ କ୍ରୋଧାନ୍ୱିତ ହୋଇ ଯାହା ପଦକ୍ଷେପର ପରିଣତି ମହଙ୍ଗା ପଡିଲା ମହିଳା ଜଣଙ୍କୁ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି ।