ପାରିବାରିକ କଳହର କରୁଣ ପରିଣତି
ହାଟଡ଼ିହି, : ପାରିବାରିକ କଳହର କରୁଣ ପରିଣତତି ଦେଖିବାକୁ ମିଳିଛି ଆନନ୍ଦପୁର ପୌରପରିଷଦର ୧୩ନଂ ୱାଡ ସାଉଁଟି ସାହିରେ । ମିଳିଥିବା ସୁଚନା ଅନୁଯାଇ ଆଜି ସାହିର ସନାତନ ଦେହୁରୀ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ଲାଗିଥିଲା । ସନାତନ ରାଗିଯାଇ ଏକ ଠେଙ୍ଗାରେ ସ୍ତ୍ରୀକୁ ପିଟିବାବେଳେ ତାହା ସ୍ତ୍ରୀ କାଖେଇଥିବା ଝିଅ ନିମିକି ଦେହରେ ବାଜିବାରୁ ଶିଶୁଟି ଗୁରୁତର ଆହତ ହୋଇପଡିଥିଲା । ପ୍ରଥମେ ଆନନ୍ଦପୁର ଓ ପରେ କଟକ ନେବା ବାଟରେ ତାର ମୃତ୍ୟୁ ଘଟିଥିବା ଜଣାଯାଇଛି