ପାରିବାରିକ କଳହର କରୁଣ ପରିଣତି ଦମ୍ପତିଙ୍କ ଆତ୍ମହତ୍ୟା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ପାଟପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହ ଯୋଗୁଁ ଗ୍ରାମରେ ରହୁଥିବା ଭଲପାଇ ବିବାହିତା ଦମ୍ପତି ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ସେମାନେ ହେଲେ ସ୍ବାମୀ ପିଣ୍ଟୁ ସେଠୀ ଓ ସ୍ତ୍ରୀ ସ୍ବପ୍ନା ସେଠୀ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସୂଚନା ପ୍ରକାରେ ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଅଧିନସ୍ଥ ଉକ୍ତ ଗ୍ରାମର ମୃତ ପିଣ୍ଟୁ ସେହି ଗ୍ରାମର ଶୁକ୍ରୁ ସେଠୀଙ୍କ ଝିଅ ସ୍ବପ୍ନାକୁ ଭଲପାଇ ୩ ବର୍ଷ ପୂର୍ବେ ବାହା ହୋଇଥିଲେ । ବିବାହ ପରେ ସ୍ବପ୍ନା ନିଜ ଶାଶୁ ଘରେ ରହି ଆସୁଥିଲେ ମଧ୍ୟ କିଛିଦିନ ପରେ ଉଭୟଙ୍କ ମଧ୍ୟରେ କୈାଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ଯାହାଫଳରେ ସ୍ବପ୍ନା ନିଜ ମାଆ ଘରେ ରହି ଆସୁଥିଲା । ଏପରିକି ଥାନାରେ ମଧ୍ୟ ମାମଲା ରୁଜୁ ହେବାପରେ ପୋଲିସ ଉଭୟ ସ୍ଵାମୀ ସ୍ତ୍ରୀଙ୍କୁ ଡାକି ଆପୋଷ ସମାଧାନ ପରେ ପୁଣିଥରେ ସ୍ବପ୍ନା ନିଜ ସ୍ବାମୀ ପାଖରେ ରହୁଥିଲା । ତେବେ ଆଜି ପିଣ୍ଟୁଙ୍କ ମାଆ ଧାନ ରୁଆ ନେଇ ବିଲକୁ ଯାଇଥିବା ବେଳେ ଅପରାହ୍ନରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଯାହାଫଳରେ ଉଭୟ ଦମ୍ପତି ନିଜ ଘରେ ଏକ ଲୁଗା ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଖବର ପ୍ରଚାରିତ ହେବାପରେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଖବର ଲେଖା ପର୍ଯ୍ୟନ୍ତ ମାମଲା ରୁଜୁ ହୋଇନଥିବା ବେଳେ ରିପୋର୍ଟ ପରେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯିବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ