ପାରିବାରିକ ଶତ୍ରୁତା ସାନଭାଇର ଆକ୍ରମଣରେ ବଡଭାଇ ଗୁରୁତର

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଫାସିଗୁଡା ଗ୍ରାମରେ ସାନଭାଇ ଙ୍କ ଆକ୍ରମଣରେ ବଡଭାଇ ଗୁରୁତର ଆହତ ହୋଇଥିବା ନେଇ ଶନିବାର ଅଭିଯୋଗ ହୋଇଛି।ଗତ ଗୁରୁବାର ସନ୍ଧ୍ଯାରେ ଗ୍ରାମର ନଟବର ପ୍ରଧାନ ଘରେ ଥିବା ବେଳେ ପାରିବାରିକ ଶତୃତାକୁ କେନ୍ଦ୍ର କରି ସାନଭାଇ ନକୁଳ ପ୍ରଧାନ ତାଙ୍କ ଘରେ ପଶି ଗାଳିଗୁଲଜ କରିବା ସହ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଅଚାନକ ଆକ୍ରମଣ କରିଥିଲେ।ଏପରିକି ନକୁଳ ତାଙ୍କ ଭାଉଜଙ୍କୁ ମଧ୍ୟ ଅସଦାଚରଣ କରିବାକୁ ପଛାଇନଥିଲେ।ଗୁରୁତର ନଟବରଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସିତ କରାଯାଇଥିଲା।ପରେ ନଟବରଙ୍କ ସ୍ତ୍ରୀ କୁନ୍ତୀ ପ୍ରଧାନ  ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ।ପୋଲିସ ଆଇଆଇସି ଦିପ୍ତିରଞ୍ଜନ ବେହେରା ଥାନା ମାମଲା ନଂ. ୧୬୭/୨୩ ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ