ପାର୍କ ରେ ତାଲା, ମିଳୁନି ଓପନ ଜିମ୍ ସୁବିଧା ନଷ୍ଟ ହେଲାଣି ସରଞ୍ଜାମ
ରାଇକିଆ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ରାଇକିଆ ତହସିଲ ଅଫିସ ନିକଟ ରେ ଥିବା ଚିଲ୍ଡରେନ୍ସ ପାର୍କ ରେ ତାଲା ଝୁଲୁଛି । ନିୟମିତ ଖୋଲା ଯାଉ ନଥିବା ଯୋଗୁଁ ଏହା ଦିନକୁ ଦିନ ନଷ୍ଟ ହେବାକୁ ବସିଲାଣି । ୨୦୨୩ ରେ ଏହି ପାର୍କ କୁ ଉଦଘାଟନ କରାଯାଇଥିଲା । ଏହାର ପରିଚାଳନା ଏକ ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ଦିଆ ଯାଇଥିଲା । କିଛି ଦିନ ପାର୍କ କୁ ନିୟମିତ ଖୋଲାଯିବା ପରେ ଏହା ଧୀରେ ଧୀରେ ବନ୍ଦ ହେବାକୁ ଲାଗିଲା । ନିୟମିତ ଖୋଲା ନ ଯିବା ଏବଂ ପରିଚାଳନାଗତ ଅବ୍ୟବସ୍ଥା ଯୋଗୁଁ ଏହା ଏବେ ନଷ୍ଟ ହେବାକୁ ବସିଲାଣି । ତାଲା ପଡ଼ି ରହୁଥିବା ଯୋଗୁଁ ଏହା ଅସାମାଜିକ ଯୁବକଙ୍କ ଆଡ୍ଡା ପାଲଟିଛି । ପାଚେରୀ ଡେଇଁ ବିଭିନ୍ନ ପ୍ରକାର ନିଶା ସେବନ କରୁଛନ୍ତି ଯୁବ ଗୋଷ୍ଠୀ । ରାତ୍ର ରେ ଆଲୋକ ବ୍ୟବସ୍ଥା ନଥିବା ବେଳେ ପିଲାଙ୍କ ଖେଳ ସାମଗ୍ରୀ ମଧ୍ୟ ଭାଙ୍ଗିରୁଜି ଗଲାଣି । ଅନ୍ୟ ପକ୍ଷ ରେ ତତ୍କାଳୀନ ବିଡ଼ିଓ ପ୍ରବୀଣ କୁମାର ବାଣୁଆ ଙ୍କ ଉଦ୍ୟମ କ୍ରମେ ପାର୍କ ଭିତରେ ଓପନ ଜିମ ସରଞ୍ଜାମ ମଧ୍ୟ ଲଗା ଯାଇଥିଲା । କିଛି ଦିନ ପ୍ରାତଃ ଭ୍ରମଣ କରୁଥିବା ଲୋକେ ବ୍ୟାୟାମ ର ସୁବିଧା ପାଉଥିଲେ । ଏବେ କିନ୍ତୁ ତାଲା ପଡ଼ି ରହୁଥିବାରୁ ନିରାଶ ହୋଇ ଫେରୁଛନ୍ତି । ଏହାକୁ ସଠିକ୍ ପରିଚାଳନା ସହ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି ।