ପାର୍ଟି ସମର୍ଥିତ ସ୍ୱାଧୀନପ୍ରାର୍ଥୀଙ୍କ ପ୍ରଚାର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ୮ନମ୍ବର ଜିଲ୍ଲା ପରିଷଦ ଜୋନରେ ଜନଶକ୍ତି ପାର୍ଟିର ସମର୍ଥନରେ ସ୍ୱାଧୀନପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ସାଗରିକା ଦାସ । ପ୍ରାର୍ଥୀ ଶ୍ରୀମତୀ ଦାସ ସେହି ଜୋନର କପାଳେଶ୍ୱର ପଞ୍ଚାୟତର ଗରାପୁର ଗ୍ରାମରୁ ତାଙ୍କର ପ୍ରଚାର ଆରମ୍ଭ କରିଛନ୍ତି । ତାଙ୍କ ସହିତ ଜନଶକ୍ତିପାର୍ଟିର ରାଜ୍ୟ ସଭାପତି ବରିଷ୍ଠ ଆଇନଜୀବୀ ପ୍ରଦିପ କୁମାର ଦାଶ, ଓଡିଶା ହାଇକୋର୍ଟର ଆଇନଜୀବୀ ପ୍ରମୋଦ ମିଶ୍ର, ଦଳିତ ସମ୍ପାଦକ ଦିଲ୍ଲିପ ମଲିକ, ସଂଖ୍ୟାଲଘୁ ସଭାପତି ମୋକିମ ମହମ୍ମଦ, ଉପସଭାପତି ଅନନ୍ତ ବେହେରା, ପଛୁଆବର୍ଗ ଜିଲ୍ଲା ସଭାପତି ଆଇନଜୀବୀ ରାଜକିଶୋର ସାହୁ, ଧରଣୀଧର ସାହୁ, ବିବେକ ନାୟକ, ବିଜୟ ଦାସ ପ୍ରମୁଖ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ଜନଶକ୍ତିପାର୍ଟି ବିଗତ ଦିନରେ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ କେନ୍ଦ୍ରାପଡାରେ ମେଡିକାଲ କଲେଜ ପାଇଁ ଆନ୍ଦୋଳନ, କୃଷକ ଓ ଜଳ ବିପ୍ଳବ, ବିଦ୍ୟାଳୟ ଉଛେଦ ପ୍ରତିବାଦରେ ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ଆନ୍ଦୋଳକୁ ଓହ୍ଲାଇଥିଲା । ଏହା ଏକ ସମାଜସେବା ଭିତ୍ତିକ ଦଳ ଯାହା କି ଜନତାଙ୍କ ସେବାକୁ ପାଥେୟକରି ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳର ସମର୍ଥିିତ ପାର୍ଥୀଙ୍କୁ ନେଇ ଲୋକଙ୍କ ପାଖରେ ଭୋଟ ଭିିକ୍ଷା କରୁଥିବା ଦଳର ରାଜ୍ୟ ସଭାପତି ଶ୍ରୀ ଦାଶ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ