ପାର୍ଟ ଟାଇମ ଇନଷ୍ଟ୍ରକ୍ଟରଙ୍କୁ ପାରିଶ୍ରମିକ ମିଳୁନଥିବା ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଶିକ୍ଷକ ମହାସଙ୍ଘ ପକ୍ଷରୁ ମଙ୍ଗଳବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇ ଅଭିଯୋଗ କରାଯାଇଛି ଯେ ସେମାନଙ୍କୁ ପାରିଶ୍ରମିକ ପ୍ରଦାନ କରାଯାଉନାହିଁ । ସଙ୍ଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ସେମାନେ ସରକାରଙ୍କ ଦ୍ୱାରା ପ୍ରନିତ ନୀତି ନିୟମ ଅନୁଯାଇ ସେମାନଙ୍କ ଦାୟୀତ୍ୱ ନିର୍ବାହ କରୁଛନ୍ତି । ଏଥିସହିତ କୋଭିଡ ସମୟରେ ବିଭିନ୍ନ ସ୍କୁଲରେ ଖୋଲାଯାଇଥିବା କୋଭିଡ କେନ୍ଦ୍ରରେ ମଧ୍ୟ ସେମାନେ ଅନ୍ତେବାସୀମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଛନ୍ତି । କିନ୍ତୁ ସେମାନଙ୍କୁ କୋଭିଡ -୧୯ ପାଣ୍ଡାମିକ ସମୟରେ ପାରିଶ୍ରମିକ ପ୍ରଦାନ କରାଯାଇନାହିଁ । ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକରେ ପାର୍ଟ ଟାଇମ ଇନଷ୍ଟ୍ରକ୍ଟରମାନଙ୍କୁ ପାରିଶ୍ରମିକ ପ୍ରଦାନ କରାଯାଇଥିବା ବେଳେ ଏହି ଜିଲ୍ଲାରେ ପାର୍ଟ ଟାଇମ ଇନଷ୍ଟ୍ରକ୍ଟରମାନଙ୍କୁ ପାରିଶ୍ରମିକ ପ୍ରଦାନ କରାନଯିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ସଙ୍ଘ ପକ୍ଷରୁ ଅଭିଯୋଗ କରାଯାଇଛି । ତେଣୁ ଜିଲ୍ଲାପାଳ ସେମାନଙ୍କ ଏହି ସମସ୍ୟାକୁ ସହୃଦୟତାର ସହ ବିଚାରକରି ସେମାନଙ୍କୁ ପାରିଶ୍ରମିକ ପ୍ରଦାନ ପାଇଁ ଆବଶ୍ୟକ ନିର୍ଦେଶ ପ୍ରଦାନ କରିବାକୁ ନିବେଦନ କରିଛନ୍ତି । ସଙ୍ଘ ପକ୍ଷରୁ ଜିଲ୍ଲା ସଭାପତି ଦିଲ୍ଲିପ କୁମାର ମହାରଣା, ସମ୍ପାଦକ ଅଜୟ କୁମାର ପଣ୍ଡା, ନିରାକାର ମହାରଣା, ଚିନ୍ମୟ ମହାନ୍ତି, ରଞ୍ଜନ କୁମାର ଜେନା, ମହେନ୍ଦ୍ର ମିଶ୍ର, ସୁଶାନ୍ତ ମୋହନ ଜେନା ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ