ପାର୍ଥୀ ପତ୍ର ଦାଖଲ କଲେ ନବୀନ

 

ନିର୍ବାଚନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ଆସନ ପାଇଁ ସେ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।ତାରାତାରିଣୀ ପୀଠରେ ମା’ଙ୍କୁ ଦର୍ଶନ କରିବା ପରେ ସେ ଛତ୍ରପୁର ସ୍ଥିତ ଉପଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟକୁ ଯାଇ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହି ସମୟରେ ଜିଲ୍ଲାର ବହୁ ଦଳୀୟ ନେତା ଉପସ୍ଥିତ ରହିଥିଲେ।ନାମାଙ୍କନ ପତ୍ର ଦାଖଲ କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥର ବିଜେଡି ପ୍ରଚୁର ଆସନରେ ଜିତିବ। ସେ ଖୁବ୍‌ଶୀଘ୍ର ବିଜେପୁର ଆସନ ପାଇଁ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ମଧ୍ୟ କହିଥିଲେ। ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ନବୀନ ଦୁଇଟି ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ସେ ହିଞ୍ଜିଳି ସହିତ ବରଗଡ଼ ଜିଲ୍ଲାର ବିଜେପୁର ଆସନରୁ ନିର୍ବାଚନ ଲଢ଼ୁଛନ୍ତି।ହିଞ୍ଜିଳି ପାଇଁ ପ୍ରଥମ ପର‌୍ୟ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ବିଜେପୁରରେ ଦ୍ୱିତୀୟ ପର‌୍ୟ୍ୟାୟରେ ନିର୍ବାଚନ ହେବ। ଏପ୍ରିଲ୍ ୧୧ରେ ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ଦ୍ୱିତୀୟ ପର‌୍ୟ୍ୟାୟ ମତଦାନ ଏପ୍ରିଲ୍ ୧୮ ତାରିଖରେ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ