ପାର୍ବଣରେ ପୁଣି ଅଶାନ୍ତ ପୁରୀ ସହର
ପୁରୀ,(ୱାଏନଏସ):ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ। ବଳଗଣ୍ଡି ଛକ ନିକଟ ରାୟବାହାଦୁର ଲେନ୍ ରେ ଘଟିଛି ଏଭଳି ଘଟଣା। ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ରାୟବାହାଦୁର ଲେନ୍ ର ରାକେଶ ମହାପାତ୍ର।ଛୁରାମାଡରେ ରାକେଶ ଙ୍କ ପେଟରେ ଗଭୀର ଆଘାତ ଲାଗିଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ପୁରୀ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ, ସିଟି ଡିଏସପି ଏବଂ ଅତିରିକ୍ତ ଏସପି ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି। ଦୁଇଜଣ ଦୁର୍ବୁତ୍ତ ବାଇକରେ ଆସି ଛୁରାମାଡ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ତେବେ ଟଙ୍କା ନେଣଦେଣକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତଦନ୍ତ ପରେ ଆକ୍ରମଣର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ଅତିରିକ୍ତ ଏସପି। ସେପଟେ ଦୁର୍ଗାପାଜା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ଥିବାବେଳେ ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ କଡ଼ାକଡ଼ି କରାଯିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହୋଇଛି।