ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଙ୍ଗ ବ୍ଲକ ଅନ୍ତର୍ଗତ ବଡ଼ଡାଳିମା ଠାରେ ଥିବା ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବର ପ୍ରଥମାର୍ଦ୍ଧ ରେ ଅତିଥିଗଣ ଜଗନ୍ନାଥଙ୍କୁ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବଳ ଚନ୍ଦ୍ର ଦାସ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଭାପତି ବାସୁଦେବ ମହାପାତ୍ର , ମୁଖ୍ୟ ଅତିଥି ଭାବେ ତିରିଙ୍ଗ ବ୍ଲକର ଏବିଓ ହେମନ୍ତ କୁମାର ମହାନ୍ତି ,ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା କବି ଅଶୋକ ଚକ୍ର ସାହୁ , ସମ୍ମାନୀତ ଅତିଥି ସାମ୍ବାଦିକ ସୁବ୍ରତ କୁମାର ସାହୁ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନର ସମିତି ସଭ୍ୟ ବଳଦେବ ହେମ୍ବ୍ରମ , ପୂର୍ବତନ ସରପଞ୍ଚ ଲକ୍ଷ୍ମଣ ପୂର୍ତ୍ତି , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନିଲ କୁମାର କର , ସମାଜସେବୀ ନିରଞ୍ଜନ ମହାପାତ୍ର , ଚନ୍ଦ୍ରଶେଖର ମଣ୍ଡଳ ଯୋଗ ଦେଇଥିବା ବେଳେ ଦିତୀୟାର୍ଦ୍ଧରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ସମ୍ମାନିତ ଅତିଥି ଭାବେ ଏବିଓ ଶୁଭେନ୍ଦୁ ତ୍ରିପାଠି,ଓଷ୍ଟା ବାମନଘାଟି ପଞ୍ଚପିଢ଼ ସଭାପତି ଦୁର୍ଯୋଧନ ବେହେରା , ସହ ସଂପାଦକ ଓଷ୍ଟା ରାଧାକାନ୍ତ ମହାରଣା , ଓଷ୍ଟା ତିରିଙ୍ଗ ବ୍ଲକ ସଂପାଦକ ପ୍ରଶାନ୍ତ ବେହେରା ଯୋଗ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମର ନୃତ୍ୟ ଓ ସଙ୍ଗୀତରେ ବିଚାରପତି ଭାବେ ଦୁଇ ଶିକ୍ଷୟିତ୍ରୀ ମମତା ନାଏକ , ଚଂପାମଣି ସୋରେନ୍ ମୂଲ୍ୟାଙ୍କନ କରିଥିଲେ । ପରେ , ପରେ ଅତିଥି ମାନଙ୍କ ଦ୍ଵାରା କୃତି ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପୁରସ୍କାର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଛୋଟ ସୋରେନ୍ ଚିରାଚରିତ ଢଙ୍ଗରେ ମଞ୍ଚ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଶେଷ ଭାବରେ ସହଯୋଗ କରି
କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।