ପାଲଡା ଗାଁ ଜଙ୍ଗଲ ରେ ମହୁମାଛି ଆକ୍ରମଣରେ ୫ ବର୍ଷର ଶିଶୁ ମୃତ, ୭ ଆହତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ପାଲଡା ଗାଁ ନିକଟସ୍ଥ ଜଙ୍ଗଲରେ ମହୁମାଛି ଆକ୍ରମଣରେ ଜଣେ ୫ ବର୍ଷର ଶିଶୁପୁତ୍ର ମୃତ୍ୟୁବରଣ କରିଥିବା ବେଳେ ୭ ଜଣ ଆହତ ହୋଇ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ପାଲଡା ଗାଁର ରବିଶଙ୍କର ମଲ୍ଲିକ ଅପରାହ୍ନ ପ୍ରାୟ ୨ଟା ସମୟରେ ଗାଇ ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ୩ ପୁଅଙ୍କୁ ଧରି ଯାଇଥିଲେ। ହଠାତ ସେମାନଙ୍କୁ ମହୁମାଛି ଆକ୍ରମଣ କରିଥିଲା।ମହୁମାଛିର ଆକ୍ରମଣରେ ସମସ୍ତେ ଭୀତକ୍ରସ୍ତ ହୋଇପଡିଥିଲେ। ଖବର ପାଇ ସେମାନଙ୍କୁ ଉଦ୍ଧାର କରିବା ପାଇଁ ରବିଙ୍କ ସ୍ତ୍ରୀ ରଞ୍ଜତା ମଲ୍ଲିକ ଓ ଗ୍ରାମବାସୀ ଦୌଡି ଆସିଥିଲେ। ସେମାନେ ମଧ୍ୟ ମହୁମାଛିର ଶୀକାର ହୋଇଥିଲେ। ମହୁମାଛିର ଆକ୍ରମଣ ଏତେ ଭୟଙ୍କର ଥିଲା ଯେ କେହି ମଧ୍ୟ ବର୍ତ୍ତୀ ନଥିଲେ। ସେଠାରୁ ସମସ୍ତେ ଅଡବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ। କିନ୍ତୁ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆସିବା ପୂର୍ବରୁ ହିଁ ୫ ବର୍ଷ ଶିଶୁର ମୃତ୍ୟୁ ଘଟିଥିଲା। ୩ ବର୍ଷର ଜଣେ ଶିଶୁ ଗୁରୁତର ଥିଲା କିନ୍ତୁ ସମସ୍ତ ଆହତ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ର ଆସି ଚିକିତ୍ସିତ ହେଉଛନ୍ତି। ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଡାକ୍ତର ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ