ପାଲିଙ୍କିରେ ସ୍ଵ ମନ୍ଦିରକୁ ଫେରିଲେ ଶ୍ରୀ ଗୁରୁଦେବ

ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ବ୍ରାହ୍ମଣ ଶାସନରେ ରଥ ଯାତ୍ରା ଉତ୍ସବ ସାରି ଆଜି ନୀଳାଦ୍ରି ବିଜେ ତିଥି ରେ ଶ୍ରୀ ଗୁରୁଦେବ ଠାକୁରଙ୍କୁ ଗ୍ରାମବାସୀ ମାନେ ପାଲିଙ୍କିରେ ବସାଇ ପ୍ରାଚୀ ଉପତ୍ୟକାର ବନ୍ଦେଶ୍ଵର ଗ୍ରାମର ସ୍ୱ ମନ୍ଦିରକୁ
ନେଇ ରତ୍ନ ସିଂହାସନକୁ ବିଜେ କରାଇଥିଲେ। ବନ୍ଦେଶ୍ୱର ଗ୍ରାମର
ଶ୍ରୀ ଗୁରୁଦେବ ଠାକୁରଙ୍କୁ ତୁଳସୀପୁର ଗ୍ରାମବାସୀ ମାନେ
ପାଲିଙ୍କିରେ ନିଜ ଗ୍ରାମକୁ ନେବା ପରେ ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ। ସେଠାରେ ଶ୍ରୀ ଗୁଣ୍ଡିଚା, ବାହୁଡା଼ ଯାତ୍ରା, ସୁନା ବେଶ, ଅଧରପଣା ନୀତି ଉତ୍ସବ ଅନୁଷ୍ଠିତ ହେବା ପରେ ଶ୍ରୀ ଗୁରୁଦେବ ନିଜ ସ୍ୱ ମନ୍ଦିର କୁ ଫେରିଥାନ୍ତି। ଏହା ଏକ ଅନନ୍ୟ ପରମ୍ପରା ଭାବେ ରହି ଆସିଛି କାହିଁ କେଉଁ କାଳରୁ। କ୍ଷମାନିଧି ତ୍ରିପାଠୀ, ଅବନିନ୍ଦ୍ର ତ୍ରିପାଠୀ, ସନ୍ତୋଷ ତ୍ରିପାଠୀ, ନିରୋଦ ତ୍ରିପାଠୀ, ରବୀନ୍ଦ୍ର ତ୍ରିପାଠୀ,ବନ ବିହାରୀ ଦାଶ, ସନ୍ତୋଷ ଦାଶ, ବୁଲେଇ ସାହୁ, ମହେଶ ମହାପାତ୍ର, ରଜନୀକାନ୍ତ ତ୍ରିପାଠୀ,ପ୍ରମୁଖ ଗ୍ରାମବାସୀ ମାନେ ଠାକୁରଙ୍କ ସହିତ ବନ୍ଦେଶ୍ୱର ଗ୍ରାମ କୁ ଯାଇଥିଲେ । ଶ୍ରୀ ଗୁରୁଦେବ ଠାକୁର ଙ୍କୁ ମନ୍ଦିର କୁ ନିଆଯାଇ ରତ୍ନ ସିଂହାସନ ଉପରେ ଉପବେଶନ କରାଯିବା ପରେ ଅନ୍ନ ପ୍ରସାଦ ଭୋଗ ଲାଗି କରାଯିବା ସହିତ ଗୀତ ଗୋବିନ୍ଦ ଗାନ କରାଯାଇ ମନ୍ଦିର ର ପହୁଡ଼ ପଡ଼ିଥିଲା। ତୁଳସୀପୁର ଗ୍ରାମ ବାସୀ ମାନେ ଠାକୁର ଙ୍କୁ ପ୍ରଣାମ କରି ନିଜ ଗାଁ କୁ ଫେରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ