ପାଲୁରି ହିଲ୍ ପଥର କୁଆଁରିରେ ଅଘଟଣ : ଟ୍ରକ ଚାପାରେ ଡ୍ରାଇଭର ମୃତ୍ୟୁ !

ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ୍) : ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ମନ୍ତ୍ରୀଡି ବ୍ଲକ ସ୍ଥିତ ପାଲୁରି ହିଲ ପଥର କୁଆଁରିରେ ବୁଧବାର ରାତିରେ ଏକ ଅଘଟଣ ଘଟିଛି । ଘଟଣା ରାତ୍ର ପ୍ରାୟ ସାଢେ ୧୦ ଘଣ୍ଟ ସମୟରେ ପଥର କୁଆଁରିରେ ପଥର ଉତୋଳନ ପାଇଁ ବିସ୍ପୋରଣ କରାଯାଉଥିବା ବେଳେ କୈାଣସି କାରଣ ବସତଃ ସ୍ୱାସ୍ତିକ୍ କନଷ୍ଟାକସନ୍ ନାମକ ଏକ ହାଇୱା ଟ୍ରକଟି ପାହାଡରୁ ଓଲଟି ପଡିଥିଲା । ଫଳରେ ରମ୍ଭା ଅଂଚଳର ଜନୈକ ଗାଡି ଚାଳକ ଟ୍ରକ ତଳେ ଚାପି ହୋଇ ମୃତୁୃ ବରଣ କରିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଘଟଣା ନେଇ ସଠିକ ତଥ୍ୟ ମିଳିପାରିନାହିଁ । ଗୋଳନ୍ଥରା ଥାନା ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେଠାରୁ ସଠିକ ତଥ୍ୟ ମିଳିପାରିନାହିଁ । ଘଟଣା ସ୍ଥଳରୁ ହାଇୱାଟିକୁ ହଟାଇ ଶବ ଉଦ୍ଧାର କରିବା ନିମନ୍ତେ ଉଦ୍ୟମ ଜାରି ରହିଥିବା ଖବର ଲେଖାହେବା ସୁଦ୍ଧା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ