ପାଲୁର ସ୍ୱାସ୍ଥ୍ୟ ଉପକେନ୍ଦ୍ର ପକ୍ଷରୁ ଜାତୀୟ ଯକ୍ଷ୍ମା ନିରାକରଣ ସଚେତନତା
ଗଂଜାମ, (ବିନୋଦ ପଲେଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରାୟଗି ଗ୍ରାମ ଠାରେ ପାଲୁର ସ୍ୱାସ୍ଥ୍ୟ ଉପକେନ୍ଦ୍ର ତରଫରୁ ଯକ୍ଷ୍ମା ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡୀଦେଉଳି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡାକ୍ତର ସୌମ୍ୟକାନ୍ତ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଯକ୍ଷ୍ମା ପରିଦର୍ଶକ ପ୍ରଭୁଦତ୍ତ ଶତପଥୀ, ଯକ୍ଷ୍ମା ରୋଗୀ ଚିହ୍ନଟ କରିବା ସହ ଲୋକଙ୍କୁ ସଚେତନତା କରାଇଥିଲେ । ଏହି କାର୍ଯ୍ୟକ୍ରମରେ ପିଏଚଇଓ ସଂଯୁକ୍ତା ରାଣୀ ଜେନା ,ରମ୍ଭା ସେକ୍ଟର ପରିଦର୍ଶିକା ମନୋଜ କୁମାର ବେହେରା, ପାଲୁର ସେକ୍ଟର ସ୍ୱାସ୍ଥ୍ୟକର୍ମୀ ଅନିତା ସାମନ୍ତ ସିଂହାର, ରମେଶ ନାୟକ, ଅଙ୍ଗନାବାଡ଼ି କର୍ମୀ ମଞ୍ଜୁଲତା ଗୌଡ଼, ମଞ୍ଜୁଲତା ପଲେଇ, ,ଆଶା ଝୁନୁ ଗୌଡ଼, ସୁଜାତା କୁମାରୀ ପଲେଇ, ଯକ୍ଷ୍ମା ସ୍ୱେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଏକ ସଚେତନତା ରାଲି ବାହାରିବା ପ୍ରଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା ।


