ପାଲ ଲହଡା ବିଧାୟକଙ୍କୁ ଛତ୍ରପୁର ରେ ସମ୍ବର୍ଦ୍ଧନା

ଛତ୍ରପୁର, (ଦେବଦତ୍ତ ମହାରଣା):ଅନୁଗୋଳ ଜିଲ୍ଲାର ପାଲ ଲହଡା ନିର୍ବାଚନ ମଣ୍ଡଳୀ ର ବିଧାୟକ ମୁକେଶ କୁମାର ପାଲ ଏବଂ ତାଙ୍କ ଧର୍ମ ପତ୍ନୀ ଆଜି ଗଞ୍ଜାମ ଜିଲ୍ଲାର ଆରଧ୍ୟ ଦେବୀ ମା ତାରାତାରିଣୀ ମନ୍ଦିର କୁ ଦର୍ଶନ ଆସିଥିବା ବେଳେ ଛତ୍ରପୁର ସର୍କିଟ ହାଉସ ଠାରେ ଛତ୍ରପୁର ବିଜୁ ଜନତା ଦଳ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ତାଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରି ସମ୍ବଦ୍ଧିତ କରିଥିଲେ, ଏହି ଅଵସର ରେ ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟ, ଛାତ୍ର ବିଜେଡି, ଯୁବ ବିଜେଡି ଏବଂ ନଗର ବିଜେଡି ପକ୍ଷରୁ ମଧ୍ୟ ପାଲ ଲହଡା ବିଧାୟକ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗର ଜଣାଇଥିଲେ, ଛତ୍ରପୁର ବିଜୁ ଆଇନସାମ୍ମୁଖ୍ୟ ର ସଭାପତି ସୁରେଶ କୁମାର ପଣ୍ଡା, ଛତ୍ରପୁର ଓକିଲ ସଂଘ ର ସମ୍ପାଦକ ଏଲ. ଗୋପାଲ ରାଓ,ଛତ୍ରପୁର ନଗର ବିଜେଡି ସଭାପତି ଵି. ରାଜୁବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ସନମୁଖ ପଟ୍ଟନାୟକ, ଛାତ୍ର ବିଜେଡ଼ି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା,୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର,୯ନଂ ୱାର୍ଡ କାଉନସିଲର ପ୍ରୀତି ଛନ୍ଦା ସାମଲ, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ, କାଳୀ ପ୍ରସାଦ ଦାଶ, କୃଷ୍ଣ ବେହେରା ଓ ପ୍ରଦୀପ କୁମାର ପାତ୍ର ଙ୍କ ସମେତ ବହୁ ବିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ