ପାଳନ ହେଲା ଚିତାନନ୍ଦ ସରସ୍ଵତୀ ଙ୍କର ମହାସମାଧି ଦିବସ

ବ୍ରହ୍ମପୁର, (ଓ୍ବାଇଏନ୍ଏସ୍): କୋରନା ଏହି ଭୟାଭୟ ପରିସ୍ଥିତିରେ ପ୍ରଶାସନ ତରଫରୁ ସବୁ ଉତ୍ସବ କୁ ବନ୍ଦ କରିଦିଅ ଯାଇଛି , ଏହା ସହ ପ୍ରଶାସନକୁ ସହଯୋଗ କରି ଘରେ ରହିବାକୁ ଓ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଅନୁରୋଧ କରାଯାଇଛି , ସେହି ସବୁ ନିୟମକୁ ଆଖି ଆଗରେ ରଖି ଚିତାନନ୍ଦ ସରସ୍ଵତୀ ମହାରାଜାଙ୍କର ପୁଣ୍ୟ ମହା ସମାଧି ଆରାଧନା ଦିବସ ପାଳିତ ହୋଇଛି | ଏହା ରବିବାର ଦିନ ଦିବ୍ୟ ଜୀବନ ସଂଘ ଦ୍ଵାରା ଲାଞ୍ଜିପଲ୍ଲୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ସଂଘର ଯୋଗାଚାର୍ଯ୍ୟ ହରିଶଚରଣାନନ୍ଦ ସରସ୍ଵତୀ ମହାରାଜାଙ୍କର ଅଦକ୍ଷତାରେ ସଦଗୁରୁ ଚିତାନନ୍ଦ ସରସ୍ଵତୀ ମହାରାଜାଙ୍କର୧୨ ତମ ପୁଣ୍ୟ ମହା ସମାଧି ଦିବସ ପାଳନ ହୋଇଛି | ଚିତାନନ୍ଦ ସରସ୍ଵତୀ ମହାରାଜ ଜଣେ ମହାନ ସନ୍ଥ ଓ ଜୀବନ ମୁକ୍ତ ପୁରୁଷ ଥିଲେ , ସେ କୁଷ୍ଠରୋଗୀ ମାନଙ୍କର ସେବା କରିବା ସହ ପଶୁପକ୍ଷୀ ମାନଙ୍କର ସେବା ମଧ୍ୟ କରୁଥିଲେ | ସେ ଅନ୍ତିମ ସମୟ ପର୍ଯ୍ୟନ୍ତ ନିଜ ସେବାକାର୍ଯ୍ୟ ଚଳାଇ ରଖିଥିଲେ , ତାଙ୍କରି ଏହି କାର୍ଯ୍ୟ ଦେଖି ଅନେକ ଲୋକ ତାଙ୍କପରି ହେବାକୁ ଚେଷ୍ଟା କରିଥିଲେ| ଏହି କାର୍ଯ୍ୟକ୍ରମରେ ସଂଘର ବରିଷ୍ଠ ଗୁରୁଭାଇ ଶ୍ରୀନିବାସ ପଟନାୟକ ଏହାକୁ ପରିଚାଳନା କରିବା ସହ ଧର୍ମାଲା ଚିନ୍ନାମା ରେଡି ,ଧର୍ମାଲା ଜଗନ୍ନାଥ ରେଡି,ବି ଚନ୍ଦ୍ରଶେଖର ରେଡି,ଅକ୍ଷୟ କୁମାର ରଥ ,ରାମକୃଷ୍ଣ ରଥ ,କିଶୋରଚନ୍ଦ୍ର ପାଢ଼ୀ,କାଳିଆ ପଣ୍ଡା ,ସବିତା ବେହେରା ,ଜାହ୍ନବୀ ବେହେରା , କ୍ଷେତ୍ର ମୋହନ ବେହେରା , ଆଦି ଯୋଗ ଦେଇ ଦେଶର କୋରନା ଯୋଦ୍ଧା ଓ ସେମାନଙ୍କର ପରିବାର ବର୍ଗକୁ ସମ୍ମାନ ଦେବାସହ ଦେଶରୁ କୋରନା ମୁକ୍ତ ହେବା ପାଇଁ କିପରି ସୁରକ୍ଷିତ ରହିବା ସେ ବିଷୟରେ ଉଦ୍ବୋଧନ ଦେଇଥିଲେ , କାର୍ଯ୍ୟକ୍ରମକୁ ସୁଚାରୁ ରୂପରେ ସମସ୍ତେ ମିଶି ପାଳନ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ