ପାଳସାହିରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ଯାଇଥିବା ଥାନାରେ ଅଭିଯୋଗ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ନାଉଗାଁ ଥାନା ଅନ୍ତର୍ଗତ ନୂଆଗାଁ ପଂଚାୟତସ୍ଥିତ ଶୁଦ୍ଧକଂଠି (ପାଳସାହି) ଗ୍ରାମର ପ୍ରଦୀପ୍ତ ବସ୍ତିଆ ଓ ବିଶ୍ୱଜିତ ବସ୍ତିଆଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗ ମୁତାବକ ଉଭୟ ପରିବାର ପାରାଦୀପରେ ରୁହନ୍ତି । ଘରେ ତାଙ୍କର ଝିଅ ବାହାଘର ପାଇଁ ସୁନା ଜିନିଷ ଓ ଘରର ସମସ୍ତ ଗୃହ ଉପକରଣ ଜିନିଷ ରହିଥିଲା । ବିଳମ୍ବିତ ରାତିରେ କେହି ରହୁ ନଥିବା ଜାଣି ଦୁବୃତମାନେ ସୁନା ଗହଣା (ପାଖାପାଖି ୫ ଲକ୍ଷ ଟଙ୍କା) ସମେତ ଘରେ ଲାଗିଥିବା ଏୟାର କଣ୍ଡିସନର, ଇନଭେଟର, ଦାମୀ ଶାଢୀ, କଂସା ବାସନ ଆଦି ଚୋରି କରି ନେଇଥିବା ଥାନାରେ ଲିଖିତ ଅଭିଯୋଗା କରାଯାଇଛି । ଅଭିଯୋଗାକୁ ଭିତିକରି ଦୁବୃତକୁ ଧରିବା ପାଇଁ ପୋଲିସ ପକ୍ଷରୁ ସନ୍ଧାନୀ କୁକୁର ଓ ସାଇନଟିଫିକ ଟିମ ସହାୟତା ନିଆଯାଇଥିଲେ ମଧ୍ୟ ଦୁବୃତଙ୍କର କୌଣସି ସନ୍ଧାନ ମିଳି ନଥିବା ଜଣାଯାଇଛି । ଉକ୍ତ ଅଭିଯୋଗକୁ ଭିତିକରି ଥାନା ପକ୍ଷରୁ ୧୨୧/୨୦୨୧ରେ ମାମଲା ରୁଜୁ କରାଯିବା ସହ ତଦନ୍ତ ଚାଲିଥିବା ଥାନା ଆରକ୍ଷୀ ନିରୀକ୍ଷକ ଅଭୟ ବେହେରା ପ୍ରକାଶ କରିଛନ୍ତି । ପ୍ରକାଶଯୋଗ୍ୟ ଯେ ଗତ ଅଗଷ୍ଟ ମାସ ଠାରୁ ଉକ୍ତ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ଚୋରି ହେଉଥିବାର ଜଣାଯାଇଛି । ଚୋରି ଯିବା ପରେ ପୋଲିସ ମାମଲା ରୁଜୁ କରି ଚୁପ ହୋଇ ବସିଥିବା ବେଳେ ଚୋର ପୋଲିସକୁ ଚ୍ୟାଲେଂଜ କରି ଚୋରି କରୁଥିବା ବୁଦ୍ଧିଜୀବ ମାନେ ମତବ୍ୟକ୍ତ କରିଛନ୍ତି । ୩ ମାସରେ ୪ଟି ସ୍ଥାନରୁ ଚୋରି ଯାଇଥିବା ବେଳେ ଏପର୍ଯ୍ୟନ୍ତ ଦୁବୃତକୁ ଧରିବାରେ ପୋଲିସ ସଫଳ ହୋଇ ପାରୁନାହିଁ । ଯାହାଫଳରେ ଦିନକୁ ଦିନ ଚୋରଙ୍କ ଦୌରାତ୍ମ୍ୟବୃଦ୍ଧି ପାଇବାରେ ଲାଗିଛି । ଗତ ଅଗଷ୍ଟ ମାସରେ ଡେରିକି ବଜାରରେ ଥିବା ଏକ ମୋବାଇଲ ଦୋକାନର ଆଜବେଷ୍ଟ ଖୋଲି ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି, ଧୂଆଁପଦା ଗ୍ରାମର ନିରଞନ ସାହୁଙ୍କ ସିଡି ଘର ତାଡି ସୁନା ଅଳଙ୍କାର ଚୋରି, ନାଉଗାଁ ବଜାରରେ ଥିବା ବିୟୁଟି ପାର୍ଲର ମାଲିକ ଥାନା ରୋଡ ଦେଇ ନିଜ ଘରକୁ ଯାଉଥିବା ବେଳେ ତାଙ୍କ ଠାରୁ ଦୁବୃତମାନେ ପର୍ସ ଛଡାଇ ନେଇଥିବା ବେଳେ ପୋଲିସ ଗୋଟିଏ ହେଲେ ଦୁବୃତକୁ ଧରି ପାରୁ ନାହିଁ । ଦୁବୃତକୁ ଧରିବା ପୋଲିସ ପାଇଁ ଏକ ବଡ ଚ୍ୟାଲେଂଜ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ