ପାସନା ଜାହିରା ପୀଠରେ ବୃକ୍ଷ ରୋପଣ

ରାଇରଙ୍ଗପୁର ,(ଅକ୍ଷୟ କୁମାର ବିଶ୍ୱାଳ): ଆଦିବାସୀ ସଂପ୍ରଦାୟର ଧାର୍ମିକ ପୀଠ ହେଉଛି ଜାହିରା । ସେମାନେ ପ୍ରକୃତି ଉପାସକ । ସେମାନେ ପ୍ରକୃତି ପୂଜକ ହୋଇଥିବାରୁ ଜଙ୍ଗଲ , ଗାଁ ଗଣ୍ଡାରେ ଆମେ ଏବେ କିଛି ଗଛ ଦେଖିବାକୁ ପାଉଛନ୍ତି । ଜଙ୍ଗଲରେ ବୃକ୍ଷ ,ଲତା ସେମାନଙ୍କ ସୁରକ୍ଷା ନୀତି ଯୋଗୁଁ ଆଜି ତିଷ୍ଠି ରହିଛି ।ନହେଲେ କେବେ ଠାରୁ ଆମେ ଆଜି ଲଣ୍ଡା ଓ ଲଙ୍ଗଳା ପାହାଡ ଦେଖିବାକୁ ପାଇଥାନ୍ତେ । ମୟୂରଭଂଜ ଜିଲ୍ଲାର ସିମାନ୍ତ ଜାମଦା ବ୍ଲକର ପାସନା ପଞ୍ଚାୟତର ପାସନା ଗାଁ ର ଧାର୍ମିକ ପୀଠ (ଜାହିରା) ରେ ସୋମବାର ଦିନ ପାସନା ସରପଞ୍ଚ ସାବିତ୍ରୀ ହେମ୍ବ୍ରମଙ୍କ ଦ୍ବାରା ବିଭିନ୍ନ କିସମର ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଥିଲା । ଏହି ପରିବେଶ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜାମଦା ବିଡ଼ିଓ କାଲୁ ମାଝୀ, ସମ୍ମାନିତ ଅତିଥି ଭାବେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଗୋବିନ୍ଦ ହେମ୍ବ୍ରମ, ରାଇରଙ୍ଗପୁର ଏଲାଇସିର ଡେଭଲପମେଣ୍ଟ ଅଫିସର ଉଦୟ ନାଥ ମାର୍ଣ୍ଡି, ମାଝୀ ବାବା ସୀତଲସିଂ ମାର୍ଣ୍ଡି ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଆଦିବାସୀ ସାନ୍ତାଳ ଲୋକମାନଙ୍କର କେଉଁ ଆବାହମାନ କାଳରୁ ନିଜର ମନର ଠାକୁରଙ୍କୁ ପୂଜାର୍ଚ୍ଚନା ପାଇଁ ଗାଁରେ ଶାଳ ବଣ ସ୍ଥାପନ କରାଇ ସେମାନଙ୍କ ପାରଂପରିକ ଧାର୍ମିକ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଉଥିଲେ । ଶାଳ ବଣ ବୃକ୍ଷ ବହୁ ବର୍ଷର ହୋଇଥିବାରୁ ପ୍ରାକୃତିକ ଦୁର୍ବିପାକ,ଝଡ଼,ବାତ୍ୟାରେ ଧୀରେ ନଷ୍ଟ ହୋଇ ଯାଉଛି ପୁନଃ ସେହି ଧାର୍ମିକ ପୀଠରେ ଉଜୁଡା ଶାଳବଣର ପୁନଃ ସ୍ଥାପନା ପାଇଁ ଅଣ୍ଟା ଭିଡିଛନ୍ତି ପାଟନା ସରପଞ୍ଚ ସାବିତ୍ରୀ ହେମ୍ବ୍ରମ । ଏଥିପାଇଁ ସେ ବୃକ୍ଷ ରୋପଣକାର୍ଯ୍ୟକ୍ରମ ଆୟୋଜନ କରାଇଥିଲେ ମୁଖ୍ୟ ଅତିଥି ଗଣଙ୍କ ଦ୍ଵାରା ବୃକ୍ଷ ରୋପଣ କରାଇଥିଲେ ।ବିଡିଓ କାଲୁ ମାଝୀ ଏବଂ ଅନ୍ୟ ଅତିଥି ଗଣ ନିଜର ପାରମ୍ପରିକ ବେଶଭୂଷାରେ ଜାହିରା ପୀଠରେ ପ୍ରବେଶ କରି ବୃକ୍ଷ ରୋପଣ କରିଥିଲେ । କାର୍ଯ୍ୟକ୍ରମରେ ଗ୍ରାମବାସୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ