ପାସ ବଣ୍ଟନ ସ୍ଥଗିତ :ସିପି
ଭୁବନେଶ୍ବର : ଲକ ଡାଉନ ବେଳେ ଆତଯାତ ପାଇଁ ପୋଲିସ ପାସ ପ୍ରସଙ୍ଗରେ ଏକ ବଡ଼ ଖବର ଆସିଛି । ପାସ ବଣ୍ଟନ ବ୍ୟବସ୍ଥା ସ୍ଥଗିତ ରଖା ଯାଇଥିବା ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି । ପାସ ପାଇଁ ଭିଡ଼ ହେଉଥିବାରୁ ପାସ ବ୍ୟବସ୍ଥାକୁ ସ୍ଥଗିତ ରଖାଯାଇଛି । ଆତଯାତ ବେଳେ ନିଜର ପରିଚୟ ପତ୍ର ଦେଖାଇବାକୁ କହିଛନ୍ତି ଶ୍ରୀ ଷଡ଼ଙ୍ଗୀ। ପାସ ପାଇଁ କାଲି ସୁଦ୍ଧା ଏକ ଆଇଟି ବ୍ୟବସ୍ଥା କରାଯିବ । ଏହା ଦ୍ୱାରା ସ୍ୱୟଂକ୍ରିୟ ଭାବେ ପାସ ଇସ୍ୟୁ ହୋଇପାରିବ । ହସ୍ପିଟାଲ ଯାଉଥିଲେ ମେଡିକାଲ କାଗଜପତ୍ର ଦେଖାଇପାରିବେ। ପାସ ଦିଆଯାଉନି। ଥାନାରେ ଭିଡ଼ ନକରିବାକୁ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।


