ପାହାଡପୁର କ୍ରିକେଟ ମ୍ୟାଚ୍ ଉଦ୍‌ଯାପିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗୋପିନାଥପୁର ପଞ୍ଚାୟତ ପାହାଡପୁର ଠାରେ ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟଉଦ୍‌ଯାପିତ ହୋଇଯାଇଛି । ୧୫ ଓଭର ବିଶିଷ୍ଟ ଏହି ମ୍ୟାଚ୍‌ରେ ନୂଆଗାଁ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୧୮ ରନ୍ ସଂଗ୍ରହ କରିଥିଲା । ଜବାବରେ ଘଣ୍ଟଗଢିଆ ଟିମ୍ ସମସ୍ତ ଉଇକେଟ୍ ହରାଇ ୧୦୧ ରନ୍ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା । ଫଳରେ ନୂଆଗାଁ ବିଜୟୀ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଅଶୋକ ଦାସ, ସମ୍ମାନୀତ ଅତିଥି ଭାବେ ଟୁକୁନା ମହାନ୍ତି, ସନାତନ ରାଉତ, ଚଗୁଲୁ ପାଣିଗ୍ରାହୀ, ବସନ୍ତ ମାଝୀ ଯୋଗ ଦେଇ ବିଜୟୀ, ରନର୍ସ, ମ୍ୟାନ୍ ଅଫ ଦି ମ୍ୟାଚ୍ ଓ ମ୍ୟାନ୍ ଅଫ ଦି ସିରିଜ୍ ପୁରସ୍କାର ପ୍ରଦାନ କରିଥିଲେ । କାର୍ତ୍ତିକ ପଣ୍ଡା, ଆନନ୍ଦ ଜେନା, ସଦାଶିବ ପଣ୍ଡା, ହରିହର ଦାସ, ହିରୁ ଦାସ, ଗଣେଶ ପଣ୍ଡା, ମଧୁସୂଦନ ପଣ୍ଡା, ମନୋଜ ସାହୁ, ବିକାଶ କର, ଭଗବାନ ମାଝୀ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ