ପାହାଡପୁର ମଠରେ ଅଭୟ ନୃସିଂହନାଥଜୀଉଙ୍କ ଜନ୍ମଦିବସ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନାନକାର ନିକଟସ୍ଥ ପାହାଡପୁର ମଠରେ ବୈଶାଖ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଶ୍ରୀ ଶ୍ରୀ ଅଭୟ ନୃସିଂହନାଥଜୀଉ ମହାପ୍ରଭୁଙ୍କ ଜନ୍ମୋତ୍ସବ ବୈଷ୍ଣବ ରିତିନୀତିରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅଷ୍ଟମପ୍ରହର ନାମଯଜ୍ଞ, ଶ୍ରୀମହାପ୍ରଭୁଙ୍କ ଅଭିଷେକ, କବଚ ପାଠ, ଶ୍ରୀବିଷ୍ଣୁ ସହସ୍ରନାମ ପାଠ, ଶ୍ରୀଗୀତା ପାଠ, ଶ୍ରୀଅପରାଜିତା ପାଠ, ବୈଦିକମତେ ଘୃତାହୂତୀ, ସମସ୍ତ ସାଧୁ,ସନ୍ଥ ଓ ମହନ୍ତଗଣଙ୍କ ସନ୍ଥପୂଜା କାର୍ଯ୍ୟକ୍ରମ ପ୍ରଭୃତି କରାଯାଇଛି । ପାହାଡପୁର ମଠର ମଠାଧୀଶ ମହନ୍ତ ମହାରାଜ ତ୍ରିଲୋଚନ ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସମାପନ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ