ପାହାଡରୁ ପଥର ଉତ୍ତୋଳନ ନିମନ୍ତେ ଜନ ଶୁଣାଣି              

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦ ପୁର ଗ୍ରାମ ନିକଟରେ ଥିବା ମା ‘ ହୁବକେଇ ଠାକୁରାଣୀ ପାହାଡ଼ ରୁ ପଥର ଉତ୍ତୋଳନ ନିମନ୍ତେ ଶୁକ୍ରବାର ସର୍ବସାଧାରଣ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଗ୍ରାମ ନିକଟରେ ଥିବା ଏହି ପାହାଡ଼ ରୁ ପଥର ଉତ୍ତୋଳନ ନିମନ୍ତେ  ଜନ ଶୁଣାଣି ଶିବିର ଆୟୋଜିତ ହୋଇଥିଲା। ବ୍ରହ୍ମପୁର ଉପ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଦିଗପହଣ୍ଡି ତହସିଲଦାର ଅଶୋକ କୁମାର ତ୍ରିପାଠୀ,ଗଡ଼ ଗୋବିନ୍ଦ ପୁର ପଞ୍ଚାୟତ ସରପଞ୍ଚ ରଞ୍ଜନ କୁମାର ସାହୁ ଙ୍କ ସମେତ ରାଜସ୍ବ ବିଭାଗ ଅଧିକାରୀ ବୃନ୍ଦ ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଗ୍ରାମବାସୀ ଙ୍କ ଅଭିଯୋଗ ରେକର୍ଡ କରିଥିଲେ।ଏହି ପାହାଡ଼ ରୁ ପଥର ଉତ୍ତୋଳନ ନିମନ୍ତେ ଏକ୍ସଲେଣ୍ଟ ଗ୍ରାନାଇଟ୍ ନାମକ କମ୍ପାନୀ ଦୀର୍ଘ ମିଆଦି ସୂତ୍ରରେ ପଥର ଉତ୍ତୋଳନ ନିମନ୍ତେ ଲିଜ ପାଇଁ ଆବେଦନ କରିଥିବା ଜଣାପଡିଛି। ଲିଜ ପୂର୍ବରୁ ଜିଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଜନ ଶୁଣାଣି ଶିବିରରେ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ରହି ନିଜ ନିଜର ମତ ସାବ୍ୟସ୍ତ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ