ପାହାଡରୁ ପଥର ଧସି: ୧୫ ଶ୍ରଦ୍ଧାଳୁ ଗୁରୁତର

ରାଇରଂଗପୁର,(ଯୁଗାବ୍ଦ ନ୍ୟୁଜ୍‌):ସୁନ୍ଦରଗଡ ଜିଲ୍ଲା ନାଉଗାଁ ବ୍ଲକ ଅଧିନ ଜଟିଆ ପାହାଡରେ କାଇଁ କେଉଁ କାଳରୁ ପୂଜା ପାଇ ଆସୁଛନ୍ତି ି ହରହର ମହାଦେବ । ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଗତକାଲି ଠାରୁ ପୀଠରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଏହି ସମୟରେ କେହି କିଛି ଭାବିବା ପୂର୍ବରୁ ଅଚାନକ ପାହାଡରୁ ଏକ ପଥର ଖଣ୍ଡ ତଳେ ଖସି ପଡିଥିଲା । ଫଳରେ ପାହାଡ ପଥରର ଆଘାତରେ ୧୫ ଜଣ ଶ୍ରଦ୍ଧାଳୁ ଆହାତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହି୍‌ଥିବା ଜଣାପଡିଛି । ଅନ୍ୟ ପାଂଚ ଜଣକୁ ହାତୀବାରି ହସପିଟାଲରେ ଭର୍ତ୍ତି କରାଯାଇଛି । ଆହାତ ମାନଙ୍କ ମଧ୍ୟରେ ୨ ଜଣ ଶିଶୁ ଓ ୨ ଜଣ ମହିଳା ରହିଥିବା ଜଣାପଡିଛି । ସେମାନଙ୍କୁ ରାଉରକେଲା ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଆହାତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ