ପାହାଡ଼ରୁ ପାଣି ଆଣିବା ପାଇଁ ଅଦମ୍ୟ ସାହସ ଦେଖାଉଛନ୍ତି ପଣସପଦର ଗ୍ରାମବାସୀ

ଦାରିଙ୍ଗବାଡ଼ି,(ପ୍ରିୟବ୍ରତ): ପାନୀୟ ଜଳ ସଙ୍କଟକୁ ନେଇ ଗାଁ ଲୋକଙ୍କ ଅଦମ୍ୟ ସାହସ। ଜଳ ଉତ୍ସ ଖୋଜି ଖୋଜି ପାହାଡ଼ ଉପରୁ ଗାଁ ମୁଣ୍ଡକୁ ଜଳ ଆଣିବାକୁ ଚଳାଇଛନ୍ତି ପ୍ରୟାସ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ କାଟିଙ୍ଗିଆ ପଞ୍ଚାୟତର ପଣସପଦର ଗାଁ ରେ। ଏବେ ଆରମ୍ଭରୁ ହିଁ ଯେଉଁ ଭଳି ଭାବେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ତାହା ହିଁ ପଣସପଦର ଗ୍ରାମବାସୀଙ୍କୁ ପାନୀୟ ଜଳର ସଙ୍କଟକୁ ବଢ଼ାଇ ଦେଇଛି। ଜଳ ପାଇଁ ଦୈନିକ ସଂଘର୍ଷ ମଧ୍ୟ କରୁଛନ୍ତି। ଯାହାକୁ ନେଇ ଗାଁ ଲୋକେ ଏକ ବୈଠକ କରି ଗାଁ ର ଚାରିପଟେ ଜଳ ଉତ୍ସର ସନ୍ଧାନ କରିଥିଲେ। ପରେ ଏକ ପାହାଡ଼ ଉପରେ ଜଳ ଉତ୍ସର ସନ୍ଧାନ ମିଳିବା ପରେ, ଗାଁ ଲୋକେ ଏବେ ସେହି ପାହାଡ଼ରୁ ପାଣି ଆଣିବା ପାଇଁ କେନାଲ ଖୋଳିବା ଆରମ୍ଭ କରିଛନ୍ତି। ତେବେ କେନାଲ ଖୋଳବା ସମ୍ପୂର୍ଣ୍ଣ ହେବା ପରେ ସେଠି ପାଇପ ବିଛାଇ ଗାଁ କୁ ଏହି ପାନୀୟ ଜଳ ଅଣାଯିବାର ରହିଛି। ତେବେ ଏହି କାର୍ଯ୍ୟ କରିବା ସମୟର ଗୋଟିଏ ଭିଡିଓ ମଧ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ