ପାହାଡ଼ ରୁ ଅଜଣା ମହିଳାଙ୍କର ଶବ ଉଦ୍ଧାର
ରାଇରଙ୍ଗପୁର, (ଯୁଗାବ୍ଦ ନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକର ଶରଗଡା ପଞ୍ଚାୟତର ସାପଘେରା ଅଂଚଳର ଟୁଙ୍ଗିର ଗାଁର ଟୁଙ୍ଗିର ପାହାଡ଼ରେ ଆନୁମାନିକ ୨/୩ ହେବ ପଡିଥିବା ଏକ ଅଜଣା ମହିଳାଙ୍କର ମୃତ ଦେହକୁ ବନ ବିଭାଗ କର୍ମଚାରୀ ପେଟ୍ରୋଲିଂ କରୁଥି଼ବା ବେଳେ ଦେଖି ଗୋରୁମହିଷାଣୀ ଥାନାକୁ ଶୁକ୍ରବାର ଦିନ ଖବର ଦେଇଥିଲେ । ପୋଲିସ ଶବକୁ ଠାବ କରିଥିଲା । ଶନିବାର ପୋଲିସ ର ସାଇଣ୍ଟିଫିକ ଟିମ୍,ଏସଡିପିଓ ଅମୂଲ୍ୟ ଧରି, ମାଜିଷ୍ଟ୍ରେଟ ଡ୍ୟୁଟିରେ ଯାଇଥିବା ରେଭିନ୍ୟୁ ଅଫିସର ଧର୍ମେନ୍ଦ୍ର ଶତପଥୀ, ଗୋରୁମହିଷାଣୀ ଥାନା ଅଧିକାରୀ ଫନୀନ୍ଦ୍ର ଭୂଷଣ ନାଏକ ଘଟଣାସ୍ଥଳରେ ପହଂଚି ସମସ୍ତ ପାରିପାର୍ଶ୍ବିକ ତଥ୍ୟ ସଂଗ୍ରହ କରି ଶବକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିଲେ ।ମୃତକର ପରିଚୟ ମିଳି ନଥିବାରୁ ରାଇରଙ୍ଗପୁର ଡାକ୍ତରଖାନାରେ ଶବଟିକୁ ରଖାଯାଇଛି ।ମୃତକଙ୍କ ବୟସ ୨୫/୩୫ ହୋଇପାରେ ।ସାଲୁଆର ପଂଜାବୀ ପିନ୍ଧଥିଲା ।ମୃତକ ପାଖରେ ହାତୀ ଗୁହ,ମୂତ, ପାଦ ଚିହ୍ନ ଥିଲା । ମହିଳାଙ୍କର ଗୋଡ଼ ,ହାତ ଭାଙ୍ଗିଛି,ଦେହରେ ଆଂଚୁଡା କ୍ଷତ ବିକ୍ଷତ ଚିହ୍ନ ଅଛି । ତେଣୁ ଅନୁମାନ କରାଯାଉଛି ।ହାତୀ ମହିଳାଂକୁ କଚାଡି ମାରି ଦେଇଛି ।ଘଟଣାଟି ସାପଘେରା ଗାଁ ପାଖରୁ ଦେଢ଼ /ଦୁଇ କିମି ଦୂରରେ ଘଟିଛି ।ମହିଳା ଜଣକ ଏକୁଟିଆ ଜଙ୍ଗଲକୁ ଯାଇଥିଲା ନାଁ କାହା ସାଥୀରେ ଯାଇଥିଲା ?ଥାନାରେ ଏପର୍ୟ୍ୟନ୍ତ କେହି ଲିଖିତ ଅଭିଯୋଗ କରିନାହାନ୍ତି । ପୋଲିସ ୧୨/୧୯ କେଶ ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଦେଇଛି ।
,