ପାହିଲୁଣ୍ଡିରେ ଅଷ୍ଟପ୍ରହର ନାମଯଞ୍ଜ

କଣାସ,(ପାହାନ୍ତା ସିଂହ ଅଞ୍ଜଳୀ ସାହୁ):କଣାସ ବ୍ଲକ୍ ରେ ପଶିଆପଡା ଓ ପାହିଲୁଣ୍ଡି ଗ୍ରାମ ରେ ଅଷ୍ଟପ୍ରହର ନାମଯଞ୍ଜ ଆନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଧିଵାସ,ନାମ ସଂକୀର୍ତ୍ତନ, ନଗର କିର୍ତନ, ମହୋତ୍ସବ ଆଦି ଅନୁଷ୍ଠିତ ହୋଇଥିଲା।ଅଷ୍ଟପ୍ରହରୀ, ନାମ ସଙ୍କୀର୍ତ୍ତନର ଉଦ୍ଦେଶ୍ୟ ହେଉଛି ଆଧ୍ୟାତ୍ମିକ ପରିଵେଶ ସୃଷ୍ଟି କରିଵା । ସେଠାରେ ଆୟୋଜିତ ଅମୃତଝରା ଭଜନ ଗାୟନ ଭାରତୀୟ ଶାସ୍ତ୍ରୀୟ ରାଗ ଆଧାରିତ ହେଵା ସହିତ ତାହା ଶ୍ରୋତାଙ୍କର ମନ, ପ୍ରାଣରେ ପୁଣ୍ୟ ପୁଲକ ଭରିଦେଇ ଥିଲା।ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ କଣାସ ବ୍ଲକ ଅନ୍ତର୍ଗତ ସିରେଇ ପଞ୍ଚାୟତ ପଶିଆପଡା ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ରେ ପୁରୀର ଲୋକପ୍ରିୟ ସାଂସଦ ଡଃ ସମ୍ବିତ ପାତ୍ର ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଓ କଣାସ ସରପଂଚ ଭଗବାନ ସୁବୁଦ୍ଧି ପ୍ରମୁଖ ଯୋଗ ଦେଇ ସମସ୍ତଙ୍କ ପାଇଁ ମଙ୍ଗଳ କାମନା କରିଥିଲେ।
ପଶିଆପଡା ଗ୍ରାମର ଆୟୋଜକ ଗୁରୁଜନ ମାନଙ୍କ ଏହି ନିମନ୍ତ୍ରଣ ପାଇଁ ଦୁଇ ନେତା ଅଶେଷ ଅଶେଷ ଧନ୍ୟବାଦ୍ ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ