ପାୟଲ ମ୍ୟୁଜିକ ସ୍କୁଲରେ ସଦ୍ଭାବନା ଦିବସ ପାଳନ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପାୟଲ ମ୍ୟୁଜିକ ସ୍କୁଲ ପରିସରରେ କେନ୍ଦ୍ରାପଡା ନେହେରୁ ଯୁବକେନ୍ଦ୍ର ଆନୁକୁଲ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ୭୭ତମ ଜୟନ୍ତୀ ଉପଲକ୍ଷେ ସଦ୍ଭାବନା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପାୟଲ ମ୍ୟୁଜିକ ସ୍କୁଲର ସଭାପତି ନୀଳମାଧବ ପତି ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଗୋଲି ତିରୁପତି ରେଡ୍ଡି, ଅଭିନେତା ଦୀପକ ରଞ୍ଜନ ବୋଷ, ନେହେରୁ ଯୁବ କେନ୍ଦ୍ରର ପରିଦର୍ଶକ ଲକ୍ଷ୍ମଣ କୁମାର ଜେନା ଯୋଗଦେଇ ସ୍ୱର୍ଗତ ଗାନ୍ଧିଙ୍କ ସ୍ମୃତି ଚାରଣ କରିଥିôଲେ । ପାୟଲ ମ୍ୟୁଜିକ ସ୍କୁଲର ପ୍ରତିଷ୍ଠାତା ସମ୍ପାଦକ ଦେବାଶିଷ ସାମଲ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱର୍ଗତ ରାଜୀବ ଗାନ୍ଧିଙ୍କ ସ୍ମୃତି ଚାରଣ କରିଥିଲେ । ପାୟଲ ମ୍ୟୁଜିକ ସ୍କୁଲର ଗୁରୁ ଭାଷ୍କର ଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ପାୟଲ ମ୍ୟୁଜିକ ସ୍କୁଲର ଛାତ୍ରଛାତ୍ରୀମାନେ ସଙ୍ଗୀତ ପରିବେଷଣ କରିଥିଲେ । ନୃତ୍ୟଗୁର ଦିଲ୍ଲୀପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।