ପାୟଲ ମ୍ୟୁଜିକ ସ୍କୁଲ ପକ୍ଷରୁ କରୋନାରୁ ସୁରକ୍ଷା ପାଇଁ ସଚେତନତା

କେନ୍ଦ୍ରାପଡା : ଇନ୍ଦୁପୁର ପଂଚାୟତରେ ପାୟଲ ମ୍ୟୁଜିକ ସ୍କୁଲ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ନିମନ୍ତେ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାୟଲ ମ୍ୟୁଜିକ ସ୍କୁଲର ଛାତ୍ରଛାତ୍ରୀମାନେ କରୋନା ଭୂତାଣୁ ସମ୍ପର୍କିତ ବିଭିନ୍ନ ସଚେତନତାର ଶ୍ଳୋଗାନ ଲେଖାଯାଇଥିବା ପ୍ଲାକାର୍ଡମାନ ହାତରେ ଧରି ଇନ୍ଦୁପୁର ପଂଚାୟତର ସାଧାରଣ ଜନତାଙ୍କୁ କରୋନା ଭୂତାଣୁ ଜନିତ ସଂକ୍ରମଣରୁ କିଭଳି ସୁରକ୍ଷା ପାଇବେ ସେ ସମ୍ପର୍କରେ ବୁଝାଇ ସେମାନଙ୍କୁ ସଚେତନ କରିଥିଲେ । ପାୟଲ ମ୍ୟୁଜିକ ସ୍କୁଲର ପ୍ରତିଷ୍ଠାତା ସମ୍ପାଦକ ଦେବାଶିଷ ସାମଲ କରୋନା ଭୂତାଣୁ ଜନିତ ସଂକ୍ରମଣରୁ କିଭଳି ସୁରକ୍ଷା ମିଳିବ ଓ କି କି ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ସେ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇ ଲୋକମାନଙ୍କୁ ସଚେତନ କରିଥିଲେ । ଇନ୍ଦୁପୁର ପଂଚାୟତ ସମିତି ସଭ୍ୟ ସନ୍ତୋଷ କୁମାର ବେହେରା, ନୃତ୍ୟଗୁରୁ ବସନ୍ତ କୁମାର ନନ୍ଦ, ସଂଗୀତଗୁରୁ ଭାସ୍କର ଚନ୍ଦ୍ର ବେହେରା, ଚିତ୍ରକଳାଗୁରୁ ନଳିନୀକାନ୍ତ ପଣ୍ଡା ଏବଂ ଆଧୁନିକ ଗୁରୁ ମାଷ୍ଟର ଡିଜେ ପ୍ରମୁଖ ଯୋଗଦେଇ ବିଭିନ୍ନ ସଚେତନତା ମୂଳକ ବକ୍ତବ୍ୟ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ