ପିଆଜ ଦରର ସର୍ତାବଳୀକୁ କୋହଳ କରିବା ଲାଗି କୃଷି ମନ୍ତ୍ରାଳୟର ନିଷ୍ପତି

ଆମଦାନୀ ହେଉଥିବା ପିଆଜ ଉପରେ ଧୂମ ବିଶୋଧନ ସର୍ତାବଳୀକୁ କୋହଳ କଲା କୃଷି ମନ୍ତ୍ରଣାଳୟ ଦେଶରେ ବର୍ତମାନ ପିଆଜ ଦର ବୃଦ୍ଧିକୁ ନେଇ ଜନସାଧାରଣ ଭୋଗୁଥିବା ସମସ୍ୟାର ମୁକାବିଲା ଲାଗି ଆମଦାନୀ ହେଉଥିବା ପିଆଜ ଉପରେ ଧୂମ ବିଶୋଧନ ଏବଂ ସମର୍ଥନ ସର୍ତାବଳୀକୁ କୋହଳ କରିବା ଲାଗି କୃଷି ମନ୍ତ୍ରଣାଳୟ ନିଷ୍ପତି ନେଇଛି । ପ୍ଲାଂଟ କ୍ୱାରେଂଟିନ ନିର୍ଦ୍ଦେଶନାମା, ୨୦୦୩ ଆଧାରରେ ନିମ୍ନୋକ୍ତ ସର୍ତାବଳୀ ଅନୁଯାୟୀ ୩୦ ନଭେମ୍ବର ପର‌୍ୟ୍ୟନ୍ତ ଏହି ରିହାତି ଦିଆଯିବା ଲାଗି ନିଷ୍ପତି ହୋଇଛି ।
୧. ବିନା ଧୂମ ବିଶୋଧନ ଏବଂ ସମର୍ଥନରେ ଭାରତୀୟ ବନ୍ଦରରେ ପହଁଚିଥିବା ପିଆଜର ଧୂମ ବିଶୋଧନ ଜଣେ ମାନ୍ୟତାପ୍ରାପ୍ତ ବିଶୋଧକଙ୍କ ଜରିଆରେ ଆମଦାନୀକାରୀ କରାଇବେ । ଏହି ସାମଗ୍ରୀକୁ କ୍ୱାରେଂଟିନ ଅଧିକାରୀଙ୍କ ଦ୍ୱାରା ଅନୁଧ୍ୟାନ କରାଯିବ ଏବଂ ଏଥିରେ କୌଣସି ଜୀବାଣୁ ଓ ରୋଗ ନଥିବା ଜଣାପଡ଼ିଲେ ଏହାକୁ ଭାରତୀୟ ବଜାରକୁ ଛଡ଼ାଯିବ ।
୨. ପିକ୍ୟୁ ଅର୍ଡର, ୨୦୦୩ ଅଧୀନରେ ରପ୍ତାନି ନିୟମର ଅନୁପାଳନ ନକଲେ ଲାଗୁ ହେଉଥିବା ୪ଥରର ଅତିରିକ୍ତ ନିରୀକ୍ଷଣ ଫି’ ଏପରି ପିଆଜ ଉପରେ ଲାଗୁ ହେବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ