ପିଆଜ ଦର ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ବିକ୍ଷୋଭ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଦେଶରେ ହୁ ହୁ ହୋଇ ବଢିଥିବା ପିଆଜ ଦରର ପ୍ରତିବାଦ କରି ମଙ୍ଗଳବାର ପକ୍ଷରୁ ରାଜ୍ୟ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାର ସ୍ୱାଇଁଙ୍କ ବାସ ଭବନ ଉପରକୁ ପିଆଜ ମାଡ କରିଛି ଛାତ୍ର କଂଗ୍ରେସ । ଅଭିନବ ଭାବେ ପ୍ରତିବାଦ କରି ଯୋଗାଣ ମନ୍ତ୍ରୀଙ୍କ ବାସ ଭବନ ଆଡକୁ ଅଗ୍ରସର ହେଉଥିବାବେଳେ ଅଧା ରାସ୍ତାରେ ପୋଲିସ ସେମାନଙ୍କୁ ଅଟକାଇ ଥିଲା । ସୁଚନାଥାଉକି , ବର୍ତ୍ତମାନ ପିଆଜ କିଲୋ ପିଛା ଶହେରୁ ଶହେ ପଚାଶ ଟଙ୍କାରେ ବିକ୍ରୟ ହେଉଛି । ଏନେଇ ସରକାର ଚିନ୍ତାରେ ଥିବାବେଳେ ବିରୋଦ୍ଧୀଙ୍କର ଘନ ଘନ ଆକ୍ରମଣ ସରକାରଙ୍କ ନିଦ ହଜାଇ ଦେଇଛି ।