ପିଇଓଙ୍କ ଗିରଫ ପରେ ଭତ୍ତା ବଣ୍ଟନର ସୁବ୍ୟବସ୍ଥା କରିବାକୁ ଜିଲ୍ଲାପରିଷ ଉପାଧ୍ୟକ୍ଷଙ୍କ ଦାବି
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନାର ହରିଲୁଟ ଘଟଣାରେ ପୁର୍ବତନ ପିଇଓ ନରହରି ନାୟକ ଗିରଫ ହେବାପରେ ତାଙ୍କ ଦାୟିତ୍ୱରେ ଥିବା ପଞ୍ଚାୟତ ଗୁଡିକରେ ଭତ୍ତା ବଣ୍ଟନ ନେଇ ଅନିଶ୍ଚିତତା ଦେଖା ଦେଇଛି । ଏନେଇ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ବିଡିଓଙ୍କୁ ଭେଟି ତୁରନ୍ତ ସେହସବୁ ପଞ୍ଚାୟତରେ କର୍ମଚାରୀ ନିଯୁକ୍ତି ଦେଇ କିପରି ଭତ୍ତା ବଣ୍ଟନ କରାଯିବ ସେନେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାଇ ବାଲିବରେଇ ପଞ୍ଚାୟତର ପୁର୍ବତନ ପିଇଓ ନରହରି ନାୟକ ଏବେ ଧନୁର୍ଜୟପୁର, କେ ବାଲିପାଳ ଓ ହଦଗଡ, ବଞ୍ଚୋ ଆଦି ପଞ୍ଚାୟତର ପିଇଓ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ ପୁଲିସ ଗିରଫ କରିବାପରେ ଏବେ ଏହିସବୁ ପଞ୍ଚାୟତରେ ଅନ୍ୟ କାହାକୁ ନିଯୁକ୍ତି ଦିଆଯାଇ ନାହିଁ । ଭତ୍ତା ଗୁଡିକ ପିିଇଓଙ୍କ ମାଧ୍ୟମରେ ବଣ୍ଟନ କରାଯାଉଥିବାରୁ ଆଜି ପର୍ଯ୍ୟନ୍ତ ଏହିସବୁ ପଞ୍ଚାୟତକୁ ଭତ୍ତା ଟଙ୍କା ଦିଆଯାଇ ପାରିନାହିଁ । ଫଳରେ ଏହିସବୁ ପଞ୍ଚାୟତରେ ଭତ୍ତା ପ୍ରଦାନ ନେଇ ଅନିଶ୍ଚିତତା ଦେଖା ଦେଇଛି । ତେଣୁ ଏହିସବୁ ପଞ୍ଚାୟତରେ ପିଇଓ ନିଯୁକ୍ତି କରି ଭତ୍ତା ବଣ୍ଟନର ବ୍ୟବସ୍ଥା କରାଇବାକୁ ସେ ବିଡିଓଙ୍କ ନିକଟରେ ଦାବି କରିଛନ୍ତି ।