ପିଇଓଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୁତ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ପନ୍ଦାଡୋ ପଞ୍ଚାୟତର ପିଇଓ ଉର୍ମିଳା ମୁର୍ମୁଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ସେ ହାଟଡିହିରେ ଘରଭଡା ନେଇ ରହୁଥିବାବେଳେ ଆଜି ସକାଳୁ ପନ୍ଦାଡୋ ପଞ୍ଚାୟତର ଭତ୍ତା ଟଙ୍କା ବାଣ୍ଟିବାକୁ ଲକ୍ଷେ ଦୁଇହଜାର ଟଙ୍କା ଧରି ବାହାରିଥିଲେ । ନିୟମିତ ତାଙ୍କୁ ବାଇକରେ ବସାଇ ନେଉଥିବା ଠୁଣିଗାଁ ଗ୍ରାମର ଜଣେ ଯୁବକକୁ ତାଙ୍କୁ ନେଇଯିବା ପାଇଁ ଡାକିଥିଲେ । ଉକ୍ତ ଯୁବକ ଜଣକ ତାଙ୍କ ଘରେ ପହଞ୍ଚିଥିଲା । ପିଇଓ ବ୍ୟାଗକୁ ରଖିଦେଇ ପରିଶ୍ରା କରିବାକୁ ପାଇଖାନାକୁ ଯାଇ ଫେରିବା ବେଳକୁ ସେହି ଯୁବକ ଜଣକ ଘରେ ନଥିଲେ । ତାଙ୍କୁ ଫୋନରେ ପଚାରିବାରୁ ସେ ଆଉ ଜଣେ ପିଲା ଡାକିଲା ପଳାଇ ଆସିଲି ବୋଲି କହିଥିଲା । ତାପରେ ବ୍ୟାଗ ଖୋଲି ଦେଖିବା ବେଳେକୁ ଟଙ୍କାତକ ନଥିଲା । ସେହି ଯୁବକ ଜଣକ ଟଙ୍କାନେଇ ପଳାଇଥିବା ପିଇଓ ସନେ୍ଦହ କରିଛନ୍ତି । ଏନେଇ ପିଇଓ ଉର୍ମିଳା ମୁର୍ମୁ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗ ପାଇବାପରେ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ