ପିଇବା ପାଣି ସମସ୍ୟା ନେଇ ଗୋବରା ସମିତିସଭ୍ୟଙ୍କ ଗାନ୍ଧୀ ପ୍ରତିମୂର୍ତ୍ତୀ ତଳେ ଆମରଣ ଅନଶନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଲୋକଙ୍କୁ ସ୍ଵଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ବସୁଧା ଭଳି ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି I କିନ୍ତୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣରୂପେ ଫେଲ୍ ମାରିଛି ଗଂଜାମ ଜିଲ୍ଳା ବେଲଗୁଣ୍ଠା ବ୍ଲକ୍ ର ସଂସ୍କୃତି ସମ୍ପନ୍ନ ଏବଂ ଜନ ବହୁଳ ଅଞ୍ଚଳ ଗୋବରା ପଂଚାୟତର ଗୋବରା ଏବଂ ବାସୁଦେବପୁର ଗ୍ରାମରେ I ଏଠାରେ ଉତ୍କଟ ପାନୀୟ ସମସ୍ୟା ଦେଖା ଦେଇଛି I ଗତ ୨୦୦୯ ମସିହା ଠାରୁ ଜଳ ଯୋଗାଣ ପ୍ରକଳ୍ପ ହୋଇଥିଲା ମଧ୍ୟ ଏହି ପ୍ରକଳ୍ପଟି ଫେଲ୍ କରିଥିଲା I ୨୦୧୪ ମସିହାରେ ପୁଣି ଏକ ଜଳ ଯୋଗାଣ ପ୍ରକଳ୍ପ ମଞ୍ଜୁର ହୋଇଥିଲେ ମଧ୍ୟ ଏହା ଅଧାରେ ଅଟକି ଯାଇଥିଲା I ଏହା ପରଠାରୁ ପ୍ରଶାସନ ପିଇବା ପାଣି ଯୋଗାଇ ଦେବା ପାଇଁ ପ୍ରତିଶୃ୍ତି ପରେ ପ୍ରତିଶୃ୍ତି ଦେଉଥିଲେ ମଧ୍ୟ ଏହା ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ I ଗତ ଏକବର୍ଷ ହେବ ଗୋବରା ସମିତିସଭ୍ୟ ତଥା ବେଲଗୁଣ୍ଠା ବ୍ଳକ୍ ସମିତିସଭ୍ୟ ସଂଘର ସଭାପତି ବିଭୂପାଦ ଜେନା ପ୍ରଶାସନକୁ ବାରମ୍ବାର ଚିଠି ଲେଖିଥିଲେ ମଧ୍ୟ ପ୍ରଶାସନ ଆଜିକାଲି କହି ସମୟ ଗଡ଼ାଇ ଚାଲିଥିଲା I ଶେଷରେ ବାଧ୍ୟ ହୋଇ ଯଦି ଏପ୍ରିଲ ଏକ ତାରିଖ ସୁଦ୍ଧା ଗୋବରା ଗ୍ରାମବାସୀଙ୍କ ନିକଟରେ ନ ପହଞ୍ଚେ ତାହେଲେ ଶ୍ରୀ ଜେନା ଆମରଣ ଅନଶନରେ ବସିବେ ବୋଲି ଜିଲ୍ଳା ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ I ଏହା ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ନପାଇବାରୁ ଆଜି ସକାଳ ଦଶ ଘଣ୍ଟ ସମୟରେ ଶ୍ରୀ ଜେନା ଗୋବରା ଜଗନ୍ନାଥ ମନ୍ଦିର ଠାରୁ ଘଣ୍ଟ ଗିନି ମୃଦଙ୍ଗ ଆଦି ବାଦ୍ୟ ବାଜଣାରେ ଗୋବରା ଗ୍ରାମ୍ୟ କମିଟି ଏବଂ ଗ୍ରାମବାସୀ, ୨୭ ଟି ମହିଳା ଗୋଷ୍ଠୀର ସହସ୍ରାଧିକ ମହିଳାଙ୍କ ସହ ଗୋବରା ଏବଂ ବାସୁଦେବପୁର ଗ୍ରାମ ପରିକ୍ରମା କରି ଅରବିନ୍ଦ ଶିକ୍ଷା ନିକେତନ ସମ୍ମୁଖରେ ଥିବା ଗାନ୍ଧୀବାଦୀ ନେତା ବାଞ୍ଛାନିଧି ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ଫୁଲମାଳ ଦେଇ ଗୋବରା ମୁଖ୍ୟ ସଡ଼କରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତୀ ତଳେ ଆମରଣ ଅନଶନରେ ବସିଥିଲେ I ତାଙ୍କୁ ପ୍ରଥମେ ଗୋବରା ସରପଞ୍ଚ ସୁପ୍ରଭା ନାୟକ ଫୁଲମାଳ ଦେଇ ସ୍ୱାଗତ କରିଥିଲେ I ସମିତିସଭ୍ୟ ଶ୍ରୀ ଜେନାଙ୍କ ସହ ଗୋବରାର ପୂର୍ବତନ ସମିତିସଭ୍ୟ ପ୍ରଦ୍ୟୁମ୍ନ ପାତ୍ର, ରାମେଶ୍ଵର ରାଉତ,କୁମାରୀ ସେଠୀ, ପୂର୍ବତନ ସରପଞ୍ଚ ରାମକୃଷ୍ଣ ରାଜୁ, ଗୋଲାପ ଜେନା,ପୂର୍ବତନ ସରପଞ୍ଚ ପ୍ରତିନିଧି ରାଧା ସ୍ୱାମୀ ରାଜୁ,ବରିଷ୍ଠ ନେତା ବାଳକୃଷ୍ଣ ସେଠୀ,ପ୍ରାକ୍ତନ କଲେଜ୍ ଅଧ୍ୟକ୍ଷ ସନ୍ତୋଷ କୁମାର ବିଶ୍ୱାଳ, କ୍ଷତ୍ରିୟବରପୁର ସମିତିସଭ୍ୟ କୁଞ୍ଜବିହାରୀ ନାୟକ, ବରିଷ୍ଠ ବିଜେଡ଼ି ନେତା ସୁରେନ୍ଦ୍ର ଦାଶ,ନାରାୟଣ ପାତ୍ର, ନାରାୟଣ ଗୌଡ଼,ଶ୍ରୀନିବାସ ସାହୁ, ଦୟାନିଧି ବିଶ୍ୱାଳ, ଆଲୋକ ରାଜୁ, ସରୋଜ ସ୍ୱାଇଁ, ପ୍ରଶାନ୍ତ ରାଜୁ, ୱାର୍ଡ୍ ସଭ୍ୟ ଚିତ୍ରସେନ ସ୍ୱାଇଁ, ଲକ୍ଷ୍ମୀ ଗୌଡ଼, ସଞ୍ଜୟ ବାରିକ, କବିତା ଗୌଡ଼, ପୂର୍ବତନ ପ୍ରଧାନ ଶିକ୍ଷକ ଅରୁଣ ମିଶ୍ର, ପୁରୁଷୋତ୍ତମ ସାହୁ, ନଳିନୀକାନ୍ତ ଶର୍ମା,ବାସୁଦେବପୁର ଗ୍ରାମ୍ୟ କମିଟି ସଭାପତି ରାମଚନ୍ଦ୍ର ମିଶ୍ର,ଗୋବରା ଗ୍ରାମ୍ୟ ପରିଚାଳନା କମିଟି ସଦସ୍ୟ ଗନ୍ଧର୍ବ ପାତ୍ର, ତ୍ରିନାଥ ଗୌଡ଼,ରାମଚନ୍ଦ୍ର ପାତ୍ର, ପାଣ୍ଡା ଗୌଡ଼ଙ୍କ ସହ ୨୭ ଟି ମହିଳା ଗୃପ୍ ର ଶତାଧିକ ମହିଳା ସାମିଲ୍ ହୋଇଥିଲେ I କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଅନଶନ ସ୍ଥଳରେ ପୋଲିସ୍ ମୁତୟନ ରହିଥିଲେ I ୧୨ ଘଣ୍ଟା ତିରିଶ ମିନିଟ ସମୟରେ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଉପଖଣ୍ଡ ଅଧିକାରୀ ନିହାର ରଞ୍ଜନ ସ୍ଵାଇଁ, କନିଷ୍ଠ ଯନ୍ତ୍ରୀ ସୁଜିତ୍ କୁମାର ପାତ୍ର,ଗୋବରା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ାକ୍ତର ସନ୍ତୋଷ କୁମାର ବିଶ୍ୱାଳ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଅନଶନ ରତ ଶ୍ରୀ ଜେନା ଏବଂ ତାଙ୍କ ସମର୍ଥକ ମାନଙ୍କୁ ବୁଝାସୁଝା କରିବା ସହ ଆଗାମୀ ଏକ ମାସ ମଧ୍ୟରେ ଗୋବରl ଗ୍ରାମ ମୁଖ୍ୟ ସଡକ ଏବଂ ବାସୁଦେବପୁରକୁ ସମ୍ପୂର୍ଣ୍ଣ ଜଳ ଯୋଗାଣ କରାଯିବ ବୋଲି ପ୍ରତିଶୃ୍ତି ଦେଇଥିଲେ I ଏହାପରେ ମହିଳାମାନେ ଆବଶ୍ୟକ ଥିବା ସ୍ଥାନରେ ପଏଣ୍ଟ ଦିଆ ନଯାଇ ଅନାବଶ୍ୟକ ସ୍ଥାନରେ ପଏଣ୍ଟ ଦିଆଯାଇଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ I ଉପଖଣ୍ଡ ଅଧିକାରୀ ଶ୍ରୀ ସ୍ୱାଇଁ ପର୍ଯ୍ୟାୟ କ୍ରମେ ସମସ୍ତ ଘରକୁ ପାନୀୟ ଜଳ ଯୋଗାଇଦିଆଯିବ ବୋଲି ପ୍ରତିଶୃ୍ତି ଦେଇଥିଲେ I ଡାକ୍ତର ସନ୍ତୋଷ କୁମାର ବିଶ୍ୱାଳ ଶ୍ରୀ ଜେନାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ଏସଡିଓ ଏବଂ ଆଇଆଇସି ଶ୍ରୀ ଜେନାଙ୍କୁ ଫଳରସ ପିଆଇ ଅନଶନ ଭାଙ୍ଗିବା ପାଇଁ ଅନୁରୋଧ କରିଥିଲେ I ତେବେ ଏକମାସ ଭିତରେ ସମସ୍ୟାର ସମାଧାନ ନହେଲେ ଶ୍ରୀ ଜେନା ପୁଣିଥରେ ଅନଶନରେ ବସିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇ ଧାରଣାରୁ ଉଠିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ