ପିଏଚଡିଗ୍ରୀ ପାଇବା ପାଇଁ ଋତୁ ଆଭୁଷଣ ପଣ୍ଡା ବିବେଚିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଶ୍ରୀମାନ ଋତୁ ଆଭୁଷଣ ପଣ୍ଡା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିିଦ୍ୟାଳୟରୁ ଆଣ୍ଟେନା ବିଷୟରେ ପିଏଚଡିଗ୍ରୀ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଶ୍ରୀ ପଣ୍ଡା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଦ୍ୟାଳୟର ଇଟିସି ବିଭାଗର ପ୍ରଫେସର ଡଃ ଦେବାଶୀଷ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆଣ୍ଟେନା ସମ୍ପର୍କିତ “Pertwibed Patch antennas for wireless communication” ପ୍ରସଙ୍ଗକୁ ନେଇ ଗବେଷଣା କରୁଥିଲେ । ତାଙ୍କର ଗଭେଷଣାତ୍ମକ ସନ୍ଦର୍ଭଟି “Bits Pilani Institution” ର ପ୍ରଧ୍ୟାପକ ପ୍ରଫେସର ନବନୀତ ଗୁପ୍ତାଙ୍କ ଦ୍ୱାରା ପରୀକ୍ଷିତ ଓ ଉଚ୍ଚ ପ୍ରଶଂସିତ ହୋଇଛି । ଶ୍ରୀମାନ ଋତୁ ଆଭୁଷଣ ପଣ୍ଡା ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଫ୍ରେଣ୍ଡସ କଲୋନୀ ବାସିନ୍ଦା ସର୍ୱଗତ ପଦାର୍ଥ ବିାନ ପ୍ରଫେସର ହରିହର ପଣ୍ଡାଙ୍କ ଏକାମାତ୍ର ପୁତ୍ର ଅଟନ୍ତି । ତାଙ୍କର ଏହି ସଫଳତା ପାଇଁ ସେ ତାଙ୍କର ସ୍ୱର୍ଗତ ପିତାଙ୍କ ନିକଟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ମାର୍ଗ ଦର୍ଶକ ଶ୍ରୀ ଦେବାଶୀଷ ମିଶ୍ର ଓ ଡ. କବିରାଜ ସେଠିଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥି ସହିତ ନିଜକର୍ମ କ୍ଷେତ୍ର ଜିଆଇଇଟି ବିଶ୍ୱ ବିଦ୍ୟାଳୟର ସମସ୍ତ ସଦସ୍ୟହ୍‌କୁ ଅନ୍ୟବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ