ପିଏନୟୁଏ କଲେଜ ପରିସରରେ ଓଡିଶା ରାଜ୍ୟ ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ

ଛତ୍ରପୁର (ଦେବଦତ୍ତ ମହାରଣା):ରାଜ୍ୟ ସରକାର ବର୍ଦ୍ଧିତ ମହଙ୍ଗା ଭତ୍ତା ଜାନୁୟାରୀ ୨୦୨୦ ଠାରୁ ବନ୍ଦ ରଖିଛନ୍ତି । କେନ୍ଦ୍ର ସରକାର ଜୁଲାଇ ୨୦୨୧ ଠାରୁ ୧୧ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କରିସାରିଥିବା ବେଳେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆବେଦନ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର କରୋନା ଆଳ ଦେଖାଇ ଚୁପ୍ ହୋଇ ବସି ରହିଛନ୍ତି । ଆସନ୍ତା ଦୁର୍ଗା ପୂଜା ମଧ୍ୟରେ ବର୍ଦ୍ଧିତ ମହଙ୍ଗା ଭତ୍ତା ପ୍ରଦାନ ନ କରାଗଲେ ଅବସରପ୍ରାପ୍ତ କର୍ମଚାରୀ ମାନେ ଧାରଣା ଓ ଧର୍ମଘଟ କରିବା ପାଇଁ ବାଧ୍ୟ ହେବେ ବୋଲି ଶନିବାର ସ୍ଥାନୀୟ ପିଏନୟୁଏ କଲେଜ ପରିସରରେ ଅନୁଷ୍ଠିତ ଓଡିଶା ରାଜ୍ୟ ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘର ଛତ୍ରପୁର ଶାଖା କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସଭାପତି ନରସିଂହ ଆଚାରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଉପସଭାପତି ହରିକୃଷ୍ଣ ସାହୁ, ସାଧାରଣ, ସମ୍ପାଦକ, ସୋମନାଥ ସାହୁ, ସମ୍ପାଦକ କିଶୋର ଚନ୍ଦ୍ର ପାଢୀ, କୋଷାଧ୍ୟକ୍ଷ ବ୍ରହ୍ମାନନ୍ଦ ପାଢୀ, ଉପଦେଷ୍ଠା ନିରଞ୍ଜନ ତ୍ରିପାଠୀ, ହିସାବ ନିରୀକ୍ଷକ ଦଣ୍ଡପାଣି ରାଉଳ ପ୍ରମୁଖ ଉପସ୍ଥିତ ରହି ବର୍ଦ୍ଧିତ ମହଙ୍ଗା ଭତ୍ତା ପ୍ରଦାନ ନିମନ୍ତେ ଏହି ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ