ପିଏମ୍ କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ପ୍ରଦାନ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧ ଯୋଜନା ଅଧୀନରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ଠାରେ ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ପଞ୍ଚାୟତ ସମିତି କାଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାଯ୍ୟକ୍ରମରେ ଜଗନ୍ନାଥ ପ୍ରସାଦ ବ୍ଳକ ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗୋଷ୍ଠୀ ଉନୟନ ଅଧିକାରୀ ମନମୋଥ ନାୟକ ,ବ୍ଳକ କୃଷି ଅଧିକାରୀ ସୁଶ୍ରୀ ଦିବ୍ୟା ଚେତନା ,ସହକାରୀ ଉଦ୍ୟାନ କୃଷି ଅଧିକାରୀ ଭବାନୀ ଶଙ୍କର ମହାପାତ୍ର ,ପ୍ରମୁଖ ମଞ୍ଚାସୀନ ଥିଲେ। ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାର ୧୮ତମ କିସ୍ତି ମହାରାଷ୍ଟ୍ରର ୱାସିମ୍ ରୁ ଶୁଭାରମ୍ଭ କରିଥିଲେ । ପିଏମ୍ କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ଅଧୀନରେ ୯ କୋଟି ୪୦ ଲକ୍ଷ ଚାଷୀଙ୍କୁ ୨୦ ହଜାର କୋଟି ଟଙ୍କା ପ୍ରଦାନ କରିଥିବାବେଳେ ଏହାର ସିଧା ପ୍ରସାରଣ କରାଯାଇଥିଲା। ଏହାପରେ ଅନୁଷ୍ଠିତ ସଭାରେ ସାଂସଦ ପ୍ରତିନିଧି ମହେନ୍ଦ୍ର କୁମାର ପଣ୍ଡା କୃଷି ଓ କୃଷକର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଦ୍ଵାରା ତୃଣମୂଳସ୍ତର ଚାଷୀ ଉପକୃତ ହୋଇ ପାରୁଛନ୍ତି ବୋଲି କହିଥିଲେ। କାଯ୍ୟକ୍ରମରେ ଗ୍ରାମସେବକ ଦିଲ୍ଲୀପ କୁମାର ପ୍ରଧାନ, ଜିତେନ୍ଦ୍ର ବେହେରା, ସନ୍ଦୀପ କୁମାର ନାୟକ, ରଞ୍ଜନ କୁମାର ସିଂ, ଏ.ଟି.ଏମ. ରାଜେଶ କୁମାର ନାୟକ, ବିଜ୍ଞାକାନ୍ତ ପ୍ରଧାନ, ଖାଦଳ ପ୍ରଧାନ ଉପସ୍ଥିତ ରହିଥିବା ବେଳେ ବ୍ଳକ କୃଷି ଅଧିକାରୀ ସୁଶ୍ରୀ ଦିବ୍ୟା ଚେତନା ଧନ୍ୟବାଦ ଅର୍ପଣ କରିଥିଲେ।