ପିଏମ୍ କେୟାର ଫଣ୍ଡକୁ ୫୦୦ କୋଟି ପ୍ରଦାନ କଲା ପେଟିଏମ୍‌

ନୂଆଦିଲ୍ଲୀ: କରୋନା ଭାଇରସ୍ ମୁକାବିଲା ପାଇଁ ପେଟିଏମ୍ ପ୍ରଦାନ କରିବ ୫୦୦ କୋଟି। ପିଏମ୍ କେୟାର୍ସ ଫଣ୍ଡ ଗଠନ ପରେ ପେଟିଏମ୍ ପକ୍ଷରୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି। ୫୦୦ କୋଟି ଟଙ୍କା ସହାୟତା ଘୋଷଣା କରାଯାଇଥିବା ବେଳେ ଗ୍ରାହକଙ୍କ ଦ୍ୱାରା କରାଯାଉଥିବା ପ୍ରତି ଦେଣନେଣ ଉପରେ ୧୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। କରୋନା ମହାମାରୀକୁ ପ୍ରତିହତ କରିବା ପାଇର୍ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ପ୍ରଶଂସନୀୟ, ତେଣୁ ପେଟିଏମ୍ ମଧ୍ୟ ସହଯୋଗର ହାତ ବଢାଇବାକୁ ଚାହୁଁଛି ବୋଲି ପେଟିଏମ୍ ସଭାପତି ମଧୁର ଦେଓରା ପ୍ରକାଶ କରିଛନ୍ତି। ସେହିପରି ୫ କୋଟି ଟଙ୍କାର ବିଭିନ୍ନ ସ୍ୱାସ୍ଥ୍ୟ ଉପକରଣ ମଧ୍ୟ ନିର୍ମାଣ କରୁଛି ପେଟିଏମ୍।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ