ପିଏମ୍ ଜନମନ ପରିଯୋଜନା

ରାୟଗଡା, (ବିଶ୍ଵରାଜ ଛିଞ୍ଚାଣି):ଟଲଣା ଶିବିରରେ ବ୍ୟାପକ ଜନସମାଗମ,ଦୁର୍ଗମ ଲହୁଣୀଖୁଣ୍ଟିରେ ତହସିଲ ଟିମ ପିଏମ୍ ଜନମନ ପରିଯୋଜନା ଅନ୍ତର୍ଗତ ଦ୍ଵିତୀୟ ପର୍ଯ୍ୟାୟ ବ୍ୟାପକ ସଚେତନତା କାର୍ଯ୍ୟକ୍ରମରେ  ଆଜି  ଗୁଣୁପୁର ବ୍ଲକର ଟଲଣା ଠାରେ ଆୟୋଜିତ ଶିବିରରେ ପ୍ରବଳ ଜନସମାଗମ ହୋଇଥିଲା l ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ଶ୍ରୀମତୀ ଅସୀମା ରାଓଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଆଜି ଟଲଣା ଜିଲ୍ଲାପରିଷଦ ସଭ୍ୟ ଇଗନେ ଗମାଙ୍ଗ, ସରପଞ୍ଚ ସନ୍ତୋଷୀ ଶବର, ଧୀରେନ୍ଦ୍ର କଣ୍ଡାଗୋରି,ସ୍ୱାସ୍ଥ୍ୟ ବିଭାଗ, ଶିଶୁଵିକାଶ ବିଭାଗ, ଗ୍ରାମ୍ୟ ନିର୍ମାଣ ବିଭାଗ, ଟାଟା ପାୱାର, ରାଜସ୍ବ, ଏମ୍ବିକେ ଓଏଲଏମ , ପ୍ରାଣୀ ଚିକିତ୍ସା ଅଧିକାରୀ ଓ ଅନ୍ୟାନ୍ୟ ବିଭାଗୀୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସ୍ଥାନୀୟ ଲାଞ୍ଜିଆ ସଉରା ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଦେବା ପାଇଁ ଆବେଦନ ସଂଗ୍ରହ କରାଯାଇଥିଲା l  ସେଠାରେ ୨୨ଗୋଟି ରକ୍ତ ଶିକୁଳି ରୋଗ ଚିହ୍ନଟ ସହ ଅନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଥିଲା l  ପ୍ରଧାନମନ୍ତ୍ରୀ ଜନମନ ଗୃହ ୩ଗୋଟି ଉଦଘାଟନ କରାଯାଇଥିଲା l  ଜନଜୀବନ ବୀମା ଯୋଜନାରେ ୨ଗୋଟି ଆବେଦନ ଗ୍ରହଣ କରାଯାଇଥିଲା l ଗୋଟିଏ ଯକ୍ଷ୍ମା ରୋଗ ଚିହ୍ନଟ ପରୀକ୍ଷା କରାଯାଇଥିଲା l ଏହା ବ୍ୟତୀତ ଜାତିଗତ ପ୍ରମାଣପତ୍ର ପାଇଁ ପାଞ୍ଚଶହରୁ ଉର୍ଧ୍ୱ ଆବେଦନ ସଂଗ୍ରହ କରାଯାଇଥିଲା l ସେହିପରି ଵିଷମ କଟକ ବ୍ଲକରେ ତହସିଲଦାର ଭେଙ୍କଟେଶ୍ୱର ରେଡ୍ଡୀଙ୍କ ତତ୍ୱାବଧାନରେ  ଦୁର୍ଗମ  ନିୟମଗିରି ପର୍ବତ ଅଂଚଳ ଲହୁଣୀଖୁଟିରେ ବସବlସ କରୁଥିବା ଡ଼ଙ୍ଗରିଆ ଗ୍ରାମକୁ ଯାଇ ରାଜସ୍ବ ଅଧିକାରୀ ବିମଲ ରାଓ, ଏ. ଆରଇ ଶ୍ରୀନିବାସ ରାଓ, ଏ ଗlମ୍ୱଳା, ମଦନମୋହନ ସlରକା ଓ ଅନ୍ୟମାନେ ଘର ଘର ବୁଲିଥିଲେ  l ସେହି ଗ୍ରାମରେ ଜାତି ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର ଓ  ବାସିନ୍ଦା ପ୍ରମାଣ ପତ୍ର ନିମନ୍ତେ ୪୬ଗୋଟି ଆବେଦନ ସଂଗ୍ରହ କରିଥିଲେ lସେହିପରି ଵିଷମ କଟକ ବ୍ଲକର ବଲପାଇ ଗ୍ରାମକୁ ଯାଇ  ଜାତି ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର ଓ  ବାସସ୍ଥାନ ପ୍ରମାଣ ପତ୍ର ନିମନ୍ତେ ୩୫ଗୋଟି ଓ କିଂଜାମଯୋଡି ଗ୍ରାମରୁ ୫୦ଗୋଟି ଆବେଦନ ସଂଗ୍ରହ କରିଥିଲେ l ମୁନିଗୁଡା  ତହସିଲଦାର ଏମ ଅନୁରାଧାଙ୍କ ତତ୍ୱାବଧାନରେ ରାଜସ୍ବ ନିରୀକ୍ଷକ ଏସ . ଶାନ୍ତି କୁମାରୀ, ପ୍ରବୀଣ କୁମାର ଏବଂ ଜଙ୍ଗଲ ଜମି ସ୍ବେଛାସେବୀମାନେ ଶିବପଦର ଗ୍ରାମପଂଚାୟତ ଅନ୍ତର୍ଗତ ଭାତୁଡ଼ି, ସେରକାପାଡ଼ି, କେଶରପାଡ଼ି ଗ୍ରାମକୁ ଯାଇ ଘର ଘର ବୁଲି  ଜାତି ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର ଓ  ବାସସ୍ଥାନ ପ୍ରମାଣ ପତ୍ର ନିମନ୍ତେ ଆବେଦନ ସଂଗ୍ରହ କରିଥିଲେ lଅନ୍ୟ ପକ୍ଷରେ ପ୍ରଧାନମନ୍ତ୍ରୀ ଜନମନ ପ୍ରଚାର ରଥ ମାଧ୍ୟମରେ ଜିଲ୍ଲାର ବିଶେଷ ଭାବେ ଅନୁନ୍ନତ ଜନଜାତି ଡଙ୍ଗରିଆ କନ୍ଧ ଏବଂ ଲାଞ୍ଜିଆ ସଉରା ଅଧ୍ୟୁଷିତ କଲ୍ୟାଣସିଂହପୁର, ବିଷମକଟକ, ମୁନିଗୁଡା ଏବଂ ଗୁଣୁପୁର ବ୍ଲକର ବିଭିନ୍ନ ସ୍ଥାନରେ ପରିକ୍ରମା କରି ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଉଛି l ଅଗଷ୍ଟମାସ ୨୩ତାରିଖରୁ  ଆରମ୍ଭ ହୋଇଥିବା ଏହି ସଚେତନତା କାର୍ଯ୍ୟକ୍ରମ  ସେପ୍ଟେମ୍ବର ୧୦ତାରିଖ ଯାଏଁ ଜିଲ୍ଲାର ୧୫ଟି ଗ୍ରାମ ପଞ୍ଚାୟତରେ ସମୁଦାୟ ୨୩୭ଟି ବସତିରେ ବିଭିନ୍ନ ଶିବିର ମାଧ୍ୟମରେ ଚାଲୁ ରହିବ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ