ପିଏମ ମୋଦୀଙ୍କ ବାୟୋପିକରେ ଖାରଜ କଲେ ସୁପ୍ରିମକୋର୍ଟ

ବିବେକ ଓବରୟଙ୍କ ଅଭିନୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ ପିଏମ ନରେନ୍ଦ୍ର ମୋଦୀର ରିଲିଜ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆବେଦନ ହୋଇଥିବା ଯାଚିକା ଖାରଜ ହୋଇଛି । ସୁପ୍ରିମକୋର୍ଟ କହିଛନ୍ତି କି, ଫିଲ୍ମକୁ ଏପର‌୍ୟ୍ୟନ୍ତ ସେନସର ବୋର୍ଡର ପ୍ରମାଣପତ୍ର ମିଳି ନାହିଁ । ଫିଲ୍ମ ଆଚରଣ ସଂହିତା ଉଲ୍ଲଙ୍ଘନ କରୁଛି କି ନାହିଁ ତାହା ଏବେ ନିର୍ବାଚନ ଆୟୋଗକୁ ନିଷ୍ପତି ନେବାକୁ ପଡିବ ।

ସୂଚନାଯୋଗ୍ୟ, ନ୍ୟାୟାଳୟ ବାୟୋପିକର ରିଲିଜ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆବେଦନ କରାଯାଇଥିବା ଯାଚିକାରେ କୌଣସୀ ଶୁଣାଣୀ କରିବେ ନାହିଁ ବୋଲି ମନା କରିଦେଇଛନ୍ତି । ଫିଲ୍ମରେ କଣ ଆପତିଜନକ ରହିଛି ବୋଲି ଯଦି ଯାଚିକାକର୍ତା ଦାଖଲ କରିବେ ତେବେ ଅଦାଲତ କିଛି ନା କିଛି ଶୁଣାଣୀ କରିବେ ବୋଲି ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗେଇ, ଜଷ୍ଟିସ୍ ଦୀପକ ଗୁପ୍ତା ଏବଂ ଜଷ୍ଟିସ୍ ଦୀପକ ଖନ୍ନାଙ୍କ ଖଣ୍ଡପୀଠ କହିଛନ୍ତି । ଏହା ପୂର୍ବରୁ ଦିଆଯାଇଥିବା ଶୁଣାଣୀରେ କୁହାଯାଇଛି କି, ଫିଲ୍ମକୁ ଏବେ ସେନସର ବୋର୍ଡର ପ୍ରମାଣପତ୍ର ମିଳି ନାହିଁ ।

ସାଧାରଣ ନିର୍ବାଚନ ପର‌୍ୟ୍ୟନ୍ତ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯିବା ନେଇ ବିପକ୍ଷ ଦଳ ଦାବୀ କରି ଆସୁଛନ୍ତି । ଏହା ପରେ ମାର୍ଚ୍ଚ ୨୮ରେ ଫିଲ୍ମ ନିର୍ମାତା ସନ୍ଦୀପ ସିଂହ ଏବଂ ମୋଦୀଙ୍କ ଭୂମିକାରେ ଥିବା ବିବେକ ଓବରୟ ନିର୍ବାଚନ ଆୟୋଗ କାର‌୍ୟ୍ୟାଳୟରେ ପହଂଚିଥିଲେ । ଫିଲ୍ମକୁ ନେଇ ନିର୍ବାଚନ ଆୟୋଗ ପ୍ରଥମରୁ ନୋଟିସ ଜାରୀ କରି ସାରିଛି । ଯାହା ଉପରେ ଜବାବ ଦେବା ପାଇଁ ମାର୍ଚ୍ଚ ୩୦ ପର‌୍ୟ୍ୟନ୍ତ ସମୟ ନିର୍ଦ୍ଧାରଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ