ପିଏମ ସ୍ୱାମୀତ୍ୱ ଯୋଜନା ଦେଶର ଗରିବଙ୍କୁ ସମ୍ପନ୍ନ ଓ ସ୍ୱାବଲମ୍ବୀ କରୁଛି : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପିଏମ ସ୍ୱାମୀତ୍ୱ ଯୋଜନା ଅନ୍ତର୍ଗତ ମଧ୍ୟପ୍ରଦେଶର ୧.୭ ଲକ୍ଷରୁ ଅଧିକ ଲାଭାର୍ଥୀଙ୍କୁ ଇ-ପ୍ରୋପର୍ଟି କାର୍ଡ୍ ବିତରଣ କରିଥିବା ବେଳେ ସ୍ୱାମୀତ୍ୱ ଯୋଜନା ଦେଶର ଗରିବଙ୍କୁ ସମ୍ପନ୍ନ ଓ ସ୍ୱାବଲମ୍ବୀ କରୁଅଛି ବୋଲି ଏହି କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହେବା ସହ ମର୍ମସ୍ପର୍ଶୀ ଆଲୋଚନାରେ ସାମିଲ ହୋଇଥିଲେ । ଏହି ଅବସରରେ ପିଏମ ସ୍ୱାମୀତ୍ୱ ଯୋଜନା ଅନ୍ତର୍ଗତ ଇ-ପ୍ରୋପର୍ଟି କାର୍ଡ ପାଇଥିବା ୩ ହଜାର ଗାଁର ଲକ୍ଷାଧିକ ପରିବାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ ଇ-ପ୍ରୋପର୍ଟି କାର୍ଡ୍ ମଧ୍ୟପ୍ରଦେଶର ଗ୍ରାମୀଣ ଏବଂ କ୍ଷୁଦ୍ର ଚାଷୀଙ୍କ ଶକ୍ତି ହେବ । ମୋଦି ସରକାର ଦେଶର ଗରିବଙ୍କୁ ସଶକ୍ତ ଏବଂ ଆତ୍ମନିର୍ଭର କରିବା ସହ ସେମାନଙ୍କୁ ନୂଆ ଜ୍ଞାନକୌଶଳ ସହ ଯୋଡ଼ି ସମ୍ପନ୍ନ ଏବଂ ସ୍ୱାବଲମ୍ବୀ କରିବା ଦିଗରେ ଅନେକ ପ୍ରୟାସ କରୁଛନ୍ତି । ସ୍ୱାମୀତ୍ୱ ଯୋଜନା ଭଳି ଅନେକ ଜନକଲ୍ୟାଣକାରୀ ଯୋଜନା ଆଜି ଦେଶରେ ଏକ ବୃହତ ବର୍ଗଙ୍କ ସାମାଜିକ ଓ ଆର୍ôଥକ ସୁରକ୍ଷା ସୁନିଶ୍ଚିତ କରୁଛି । ଗାଁ ଏବଂ ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ରହିଛି ଏବଂ ବିଗତ ୨୦ ବର୍ଷରେ ଗରିବ କଲ୍ୟାଣ ହିଁ ମୋଦିଜୀଙ୍କ ପ୍ରାଥମିକତାରେ ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନସେବାର୨୦ ବର୍ଷ ପୂର୍ତିର ଅନ୍ତିମ ଦିନରେ ଗରିବଙ୍କ କଲ୍ୟାଣ ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହେବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ ବୋଲି ଟ୍ୱିଟ୍ ଯୋଗେ ମତବ୍ୟକ୍ତ କରିଛନ୍ତି । ୨୦୨୧ରୁ ୨୦୨୫ ମଧ୍ୟରେ ଏହି ଯୋଜନା ଅନ୍ତର୍ଗତ ଦେଶରେ ଥିବା ୬.୬୨ ଲକ୍ଷ ଗାଁକୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି । ବର୍ତମାନ ସୁଦ୍ଧା ଏହି ଯୋଜନା ମହାରାଷ୍ଟ୍ର, କର୍ଣ୍ଣାଟକ, ହରିୟାଣା, ଉତରପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ଗୁଜୁରାଟ୍‌, ଗୋଆ, ଆନ୍ଧ୍ରପ୍ରଦେଶ ଏବଂ ଆଣ୍ଡାମାନ ନିକୋବରରେ ଏହି ଯୋଜନା ଆରମ୍ଭ କରାଯାଇଛି । ଓଡ଼ିଶା ସରକାର ଏବଂ ସର୍ଭେ ଅଫ୍ ଇଣ୍ଡିଆ ମଧ୍ୟରେ ଫେବୃୟାରୀ ୫,୨୦୨୧ରେ ଏମଓୟୁ ସ୍ୱାକ୍ଷରିତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ