ପିଏସଏଲଭି-ସି-୪୭ର ସଫଳ ଉତକ୍ଷେପଣ ଲାଗି ଇସ୍ରୋ ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିିତ କାର୍ଟୋସାଟ-୩ ଉପଗ୍ରହ ଏବଂ ଆମେରିକାର ଏକ ଡଜନରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଉପଗ୍ରହକୁ ପିଏସଏଲଭି-ଭି-ସି-୪୭ ମହାକାଶଯାନ ଜରିଆରେ ସଫଳ ଉତକ୍ଷେପଣ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ମହକାଶ ଗବେଷଣା ସଂଗଠନ (ଇସ୍ରୋ)ର ସମ୍ପୂର୍ଣ୍ଣ ଟିମକୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ମୁଁ ସ୍ୱଦେଶୀ କାର୍ଟୋସାଟ-୩ ଉପଗ୍ରହ ଏବଂ ଆମେରିକାର ଏକ ଡଜନରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଉପଗ୍ରହ ସମେତ ପିଏସଏଲଭି-ସି-୪୭ର ସଫଳ ଉତକ୍ଷେପଣ ଲାଗି ଇସ୍ରୋର ସମସ୍ତ ଟିମକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଉନ୍ନତ କାର୍ଟୋସାଟ-୩ ଜରିଆରେ ଆମର ହାଇ ରିଜୋଲ୍ୟୁସନ କ୍ଷମତା ବୃଦ୍ଧି ପାଇବ । ଇସ୍ରୋ ପୁଣିଥରେ ଦେଶକୁ ଗୌରବାନ୍ୱିତ କରିଛି ।”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ