ପିଓକେରେ ର‌୍ୟାଲି: ମୋଦୀଙ୍କୁ କାପୁରୁଷ କହିଲେ ଇମ୍ରାନ୍

ଭାରତ ସହ ଅପ୍ରତ୍ୟାଶିତ ଯୁଦ୍ଧ ହୋଇପାରେ: ପାକ୍ ବିଦେଶ ମନ୍ତ୍ରୀ ମୁଜାଫରାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଆଜି ପାକ୍ ଅଧିକୃତ କଶ୍ମୀରର ମୁଜାଫରାବାଦରେ ଏକ ର‌୍ୟାଲି କରି ଭାରତ ବିରୋଧରେ ବିଷୋଦ୍ଗାର କରିଛନ୍ତି । କଶ୍ମୀରବାସୀଙ୍କ ସହିତ ପାକିସ୍ତାନ ସର୍ବଦା ଦୃଢ଼ ଭାବେ ରହିଛି ଏବଂ  “ମୁଁ କହିଲେ ତୁମେମାନେ (ପିଓକେ ବାସିନ୍ଦା) କଶ୍ମୀରରେ ପଶିବ ‘ ବୋଲି ସେ କହିଛନ୍ତି । ଇମ୍ରାନ କହିଛନ୍ତି ଯେ କଶ୍ମୀରରେ ଭାରତ ସରକାର ଲୋକଙ୍କୁ ୪୦ ଦିନ ଧରି ଏକ ପ୍ରକାର ବନ୍ଦୀ କରି ରଖିଛନ୍ତି ଏବଂ ଘରୁ ବାହାରିବାକୁ ସୁଯୋଗ ଦେଉନାହାନ୍ତି । ମୋଦୀଙ୍କ ନାମ ନନେଇ ଇମ୍ରାନ କହିଥିଲେ କଶ୍ମୀରରେ ଲୋକଙ୍କ ମାନବାଧିକାର ଉଲ୍ଲଂଘନ ହୋଇଛି ଏବଂ କେବଳ ଜଣେ କାପୁରୁଷ ହିଁ ଏଭଳି ବର୍ବରତାର ସହିତ ପଦକ୍ଷେପ ନେଇପାରିବ । ଏବେ ୯ ଲକ୍ଷ ଭାରତୀୟ ସେନା କଶ୍ମୀରରେ ଅଛନ୍ତି ଏବଂ ସେମାନେ ଦମନ ନୀତି ଧରିଛନ୍ତି ବୋଲି ଇମ୍ରାନ କହିଛନ୍ତି । ଭାରତୀୟ ସେନାର ଅତ୍ୟାଚାରରେ ସାଧାରଣ ଜନତା ଛଟପଟ ହେଉଛନ୍ତି ଏବଂ ହିନ୍ଦୁ ଚରମପନ୍ଥୀ ସଂଗଠନର ସଦସ୍ୟ ନରେନ୍ଦ୍ର ମୋଦୀ ଏଥିପାଇଁ ଦାୟୀ ବୋଲି ସେ କହିଛନ୍ତି । କଶ୍ମୀରକୁ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ବୋଲି ଦର୍ଶାଇ ଇମ୍ରାନ କହିଛନ୍ତି ଯେ ଜାତିସଂଘର ନିରାପତ୍ତା ପରିଷଦ ଦୀର୍ଘ ୫୦ ବର୍ଷ ପରେ କଶ୍ମୀରକୁ ନେଇ ସ୍ୱତନ୍ତ୍ର ଆଲୋଚନା କରିଛି ଏବଂ ବିଶ୍ୱ ସମୁଦାୟ ଏହି ପ୍ରସଙ୍ଗକୁ ଅଣଦେଖା କରିପାରିବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ